ଭଦ୍ରକ – ଆସିଆନା ଓପନ୍ସେଲଟର୍ ହୋମ୍ କର୍ମକର୍ା ରିୟାଜ୍ ଅହମଦ୍ ଓ ବିକାଶ ରାଉତ ଏବଂ ଗ୍ରାମାଳ ଥାନାର ଏ.ଏସ୍.ଆଇ. ମୋତିଲାଲ ମରାଣ୍ଡି, ପୁର୍ଣ୍ଣିମା ଦାସଙ୍କ ଦ୍ବାରା ବରପଦା ଅଳରୁ ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର କରାଯାଇଥିଲା ଏବଂ କମିଟିର ନିଦ୍ର୍ଧେଶକ୍ରମେ ଓପନ୍ସେଲ୍ଟର ହୋମ୍ରେ ଆଶ୍ରୟ ଦିଆଯାଇଛି । ସେଲ୍ଟର୍ ହୋମ୍ର ଭାରପ୍ରାପ୍ତ ପରାମର୍ଶଦାତ୍ରୀ ସୁଚିତ୍ରା ପତ୍ରୀ ଉଭୟଙ୍କୁ କାଉନ୍ସିଲିଂ କରି ଜଣାପଡ଼ିଲା େଯ ପ୍ରଥମ ନାବାଳକ ଆସାମ୍ ରାଜ୍ୟର ବାସିନ୍ଦା ଅଟନ୍ତି । ତାଙ୍କର ବାପା ଏଲ୍.ଏନ୍.ଟି କµାନୀରେ ଲେବର କାମ କରନ୍ତି । ସେ ଗତ ଏକମାସ ହେବ ବରପଦା ଇଂଜିନିୟରିଂ କଲେଜ ପାଖରେ ଏକ ବେନାମୀ ହୋଟେଲ୍ରେ କାମ କରୁଛି ଏବଂ ଅନ୍ୟଟି କୁଣ୍ଡଲା ଗ୍ରାମାଳର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡ଼ିଛି । ଅମାନିଆ ହେବା ଏବଂ ସ୍କୁଲ ନଯିବାରୁ ତାଙ୍କର ବାପା ଗତ ଏକ ସପ୍ତାହହେବ ଗୀତାଞ୍ଜଳି ହୋଟେଲରେ କାମ କରିବା ପାଇଁ ଲଗେଇଦେଇଥିଲେ । ଉଭୟ ନାବାଳକଙ୍କ ବାପା ଓ ମାଲିକଙ୍କୁ ଆସନ୍ତା କାଲି ଜିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର ହେବାପାଇଁ କମିଟିର ଅଧ୍ଯକ୍ଷ ଡ. ସୁଦର୍ଶନ ବାରିକ ଓ ସଦସ୍ୟ ସତ୍ୟସୁନ୍ଦର ପୁହାଣ ଆଦେଶ କରିଛନ୍ତ।
Related Stories
December 22, 2024