ବଲାଙ୍ଗିର, ବଲାଙ୍ଗିର ସହର ଟ୍ରାଫିକ ବ୍ୟବସ୍ଥା ଏବେ ନିକଟରେ ସବୁ ବଡ ଛକରେ ଟ୍ରାଫିକ ଇଣ୍ଡିକେଟର ଲାଇଟ୍ ବ୍ୟବସ୍ଥାରେ ନିୟନ୍ତ୍ରଣ ହେଉଛି। ସକାଳ ୮ ଟାରୁ ଆରମ୍ଭ ହୁଏ ଟ୍ରାଫିକ୍ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ମାନଙ୍କ ଡ୍ୟୁଟି। ଆଜି ୩୧ ଡିସେମ୍ବର ସକାଳ ଠିକ୍ ଆଠଟାରୁ ଇଣ୍ଡିକେଟର ଲାଇଟ୍ କାମ ଆରମ୍ଭ ହୋଇଥିଲା। ପୁରୁଣା ପାଟଣା ହୋଟେଲ୍ ଛକ ଠାରେ ପାଞ୍ଚଟି ଦିଗରୁ ଯାନବାହାନ ନିୟନ୍ତ୍ରିତ ହୁଏ। ଜିଏ ଯେଉଁସବୁ ପଟରୁ ଆସିଲା ସୁନା ପିଲା ପରି ନିଜର ପାଳି ଅନୁସାରେ ରାସ୍ତା ଅତିକ୍ରମ କଲା ଲାଇଟ୍ କୁ ଦେଖି। ସକାଳ ୮ଟା ୩୦ ପର୍ଯ୍ୟନ୍ତ ଟ୍ରାଫିକ ଦାୟିତ୍ଵରେ କୌଣସି କର୍ମଚାରୀମାନେ ଉପସ୍ଥିତ ନଥିଲେ ମଧ୍ୟ ଯିଏ ଯେପରି ଟ୍ରାଫିକ ନିୟମ ମାନି ଯାଆସ କରୁଥିଲେ। ଏଠାରେ ଏତେ ଟଙ୍କା ଖର୍ଚ କରି ଏହି ବ୍ୟବସ୍ଥା ହୋଇଥିଲେ ମଧ୍ୟ ସବୁଆଡ଼ୁ ସମୟ ସୂଚିକା ବ୍ୟବସ୍ଥା ନାହିଁ, ତେଣୁ କେତେ ସମୟ ଅପେକ୍ଷା କରିବାକୁ ପଡିବ ଜାଣି ହେଉନାହିଁ। ସି ସି ଟିଭି ସର୍ଭଲାନ୍ସ ବ୍ୟବସ୍ଥା ହୋଇଛି। ଯାହାର ସିଧାସଳଖ କଣ୍ଟ୍ରୋଲ ଓ ଦେଖିବା ବ୍ୟବସ୍ଥା ପୋଲିସ ମୁଖ୍ୟାଳୟରେ ରହିଛି। ଏହା ବରିଷ୍ଠ ପୁଲିସ ଅଧିକାରୀଙ୍କ ନଜରରେ ଥିବାରୁ ସେ ସମସ୍ତ ବିଷୟରେ ନଜର ରଖି ପାରୁଥିବେ।
Related Stories
November 22, 2024