ପଟ୍ଟାମୁଣ୍ଡାଇ – କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ନୁରୁ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ରାମଚନ୍ଦ୍ର ବାରିକ । ଋଣ ଭାର ସହିନପାରି ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଚଳିତ ବର୍ଷ ରାମଚନ୍ଦ୍ର ତାଙ୍କର ୪ ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ସାମୁଦ୍ରିକ ଝଡ଼ ବୁଲବୁଲ୍ ଯୋଗୁଁ ତାଙ୍କର ବ୍ୟାପକ ଫସଲ ହାନି ଘଟିଥିଲା । ଏନେଇ ଗତ କିଛି ଦିନ ହେଲା ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଥିଲେ । ଗତକାଲି ଅପରାହ୍ନରେ ସେ ଚାଷ ଜମିକୁ ବୁଲିବାକୁ ଯାଇଥିବା ବେଳେ ଉଜୁଡ଼ା କ୍ଷେତକୁ ଦେଖି ମାନସିକ ଭାରସାମ୍ୟ ହରାଇ ବସିଥିଲେ ଏବଂ କୀଟନାଶକ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଏହା ଜାଣିପାରି ତାଙ୍କୁ ପ୍ରଥମେ ରାଜନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଏହା ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଖବର ଗାଁରେ ପହଂଚିବା ପରେ ସମଗ୍ର ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Related Stories
December 21, 2024