ଜୟପୁର , ଜିଲା କଂଗ୍ରେସ ଭବନ ଜୟପୁର ଠାରେ ଆଜି କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଜିଲା କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି ପତକା ଉତ୍ତୋଳନ କରିଥିବା ବେଳେ ମହାତ୍ମଗାନ୍ଧୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ । ଏନେଇ ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା । ସାଧାରଣ ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟରେ ବିଜେଡିର ୨୨ ବର୍ଷ ଏବଂ କେନ୍ଦ୍ରର ୭ ବର୍ଷର ଶାସନ କରୁଛନ୍ତି । ହେଲେ ରାଜ୍ୟରେ ବେକାରି ସମସ୍ୟା, ଜିଲା ଭିତ୍ତିକ ନିଯୁକ୍ତି, ବେକାର ବେକାରି ଯୁବତି କୁ ଥଇଥାନ, ଚାଷୀ ହନ୍ତ ସନ୍ତ, ଦୁର୍ନିତି ଭ୍ରଷ୍ଟାଚାର ରେ ବୁଢିଛି ସରକାର, ଆଇନ ଶୃଙ୍ଖଳା ବିପଯ. ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଙ୍କ ମରୁଡି, ବିଦ୍ୟାଳୟରେ ଶିକ୍ଷକ ଙ୍କ ମରୁଡି ଦେଖାଯାଇଛି । ଏସବୁ ସମସ୍ୟାର ସମାଧାନ କରିବା ପରିବତ୍ତେ ନିଜ ଦଳ ସ୍ୱାର୍ଥ ପାଇଂ ଧ୍ୟାନ ଦେଉଛନ୍ତି ସରକାର । କଂଗ୍ରେସ ଦଳ ଗରିବ ଙ୍କ ଦଳ ଗରିବ ଲକୋଙ୍କ ସହିତ କଂଗ୍ରେସ ଦଳ ରହିଛି ଆଗକୁ ମଧ୍ୟ ଦଳ ରହିବ ବୋଲି ବିଧାୟକ ବାହନିପତି ସୁଚନା ଦେଇଛନ୍ତି । କୁ ନେଇ ଦଳ ଆଗାମି ଦିନରେ ଏସୁବୁ ମୁଦା କୁ ନେଇ ଆନ୍ଦୋଳନ କୁ ଓହ୍ଲାଇବ ଦଳ । ଜିଲା ବ୍ୟାପି ପ୍ରତ୍ୟେକ ବ୍ଲକ କାଯ୍ୟାଳୟ ସମ୍ମୁଖରେ ଆସନ୍ତା ଜାନୁଆରି ୨୭ ତାରିଖ ଠାରୁ ୫ ଦିନି ଯାଏ ଧାରଣା ବିକ୍ଷୋଭ ଦେବ । ରାଜ୍ୟରେ ଆସନ୍ତା ୨୦୨୪ ସାଧାରଣ ନିବାଚନରେ ୯ ବିଧାୟକରୁ ୯୦ ବିଧାୟକ ନିବାଚିତ କରିବାକୁ ଆହ୍ୱାନ ଦେଇଥିଲୋ କୋରାପୁଟ ଜିଲାରେ ୫ ନିବାଚନ ମଣ୍ଡିଳିରେ ବିଧାୟକ ଓ ସାଂସଦ କିପରି ବିଜୟ ହେବେ ସେଥି ପାଇ ସମସ୍ତେ ଏକ ଜୁଟ ହୋଇ ଲଢିବା ପାଇ ପରାମର୍ଶ ଦେଇଥିଲେ । କଂଗ୍ରେସକୁ ଯେଉଁ ମାନେ ଭଲ ପାଉଛନ୍ତି କଂଗ୍ରେସରେ ରୁହନ୍ତୁ ଘରେ ଘରେ କଂଗ୍ରେସର ବାତ୍ତା ପହଞ୍ଚାନ୍ତୁ । କଂଗ୍ରେସ ପାଇ ବତ୍ତମାନ କର ବା ମର ପରିସ୍ଥିତି ଉପୁଜିଛି । ଏଥି ପାଇ ସମସ୍ତ କର୍ମି ଏକ ଜୁଟ ହୋଇ ତୃଣ ମୁଳ ସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି କହିଛନ୍ତି । କୋରାପୁଟ ଜିଲା କଂଗ୍ରେସ କୁ ଶଦୃଢ କରିବା ପାଇଁ କର୍ମି ମାନେ ଏକ ଜୁଟ ହୋଇ ଲଢିବା ପାଇ ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।ଏହି ସଭାରେ ବିନୋଦ ମହାପାତ୍ର, ରାମ କାଡାମ, କୃଷ୍ଣ କୁଳଦିପ, ପିଙ୍କୁ ଶତପଥି, ନଳିନି ରଥ, ସୁକାନ୍ତ ପଟ୍ଟନାୟକ, ବସନ୍ତ ନାୟକ ଅଜିତ ସାମନ୍ତରାୟ, ଅଶୋକ ଗନ୍ତାୟତ, ନିହାର ବିଷୋୟୀ, ମଦନ ମୋହନ ନାୟକ ସହ ଜିଲାର କଂଗ୍ରେସର ନେତା ଓ କର୍ମି ମାନେ ଉପସ୍ଥିତ ଥିଲେ ।