
ଭୁବନେଶ୍ୱର,ଆଜି ଭାରତୀୟ ଜାତୀୟ କଂଗ୍ରେସ ତାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଅବସରରେ ସକାଳେ ପ୍ରଦେଶ କଂଗ୍ରେସ ଭବନରେ ସଭାପତି ଶରତ ପଟ୍ଟନାୟକ ଭାରତ ବର୍ଷ ଏବଂ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ ଏବଂ କଂଗ୍ରେସ ପତାକା ଉତୋଳନ କରିବେ । ସେବାଦଳ ପକ୍ଷରୁ ପତାକା ଉତୋଳନ କାର୍ଯ୍ୟକ୍ରମ ହେବ । ଏହାପରେ କଂଗ୍ରେସ ଭବନରେ “ ସ୍ୱାଧୀନତା ସଂଗ୍ରାମ ଓ ଦେଶ ଗଠନରେ କଂଗ୍ରେସର ଭୂମିକା” ପ୍ରସଙ୍ଗରେ ଏକ ଆଲୋଚନା ଚକ୍ର ଆୟୋଜିତ ହେବ । କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା, ପ୍ରସ୍ତୁତି, ସଂଗ୍ରାମ ଓ ଆନ୍ଦୋଳନ ସଂପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଦିଗଦର୍ଶନ ଦେବେ ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।