ଭଦ୍ରକ – ଏହି ଜିଲାର ବନ୍ତ ବ୍ଲକ୍ ସଦର ମହକୁମା ସ୍ଥିତ ବ୍ଲକ ବ୍ଲକ ଶିକ୍ଷାୟତନ ର ପରିସର ଏବେ ନର୍କକୁଣ୍ଡରେ ପରିଣତ ହୋଇଛି। ଅସରାଏ ବର୍ଷାରେ ଏହାର ସ୍ଥିତି ଏଭଳି ବେହାଲ ହୋଇପଡୁଛି େଯ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜର ସମସ୍ୟା ନେଇ ଆସିବାକୁ ଭୟ କରୁଛନ୍ତି। ଏହାର ଉନ୍ନତୀକରଣ ଅଭାବରୁ ଅସରାଏ ବର୍ଷାରେ ଜଳ ଜମିରହିବା ସହ ଘାସ ଓ ଗୁଳ୍ମରେ ଏହାର ପରିସର େଯଭଳି ଅନୁପଯୁକ୍ତ ହୋଇପଡୁଛି, ତାହା ନିଜ ଆଖôରେ ନଦେଖôଲେ ବିଶ୍ବାସ କରିହେବ ନାହó। ଏହାର ପରିସରରେ ବନ୍ତର ସର୍ବପୁରାତନ ଶିକ୍ଷାନୁଷ୍ଠାନ ମହତାବ ମ.ଇ ସ୍କୁଲ୍, ବିଆରସିସି କାର୍ଯ୍ୟାଳୟ, ବିଇଓ କାର୍ଯ୍ୟାଳୟ ରହିଥିବା ବେଳେ ଉକ୍ତ ବିଦ୍ୟାଳୟର ଖେଳ ପଡ଼ିଆ ଏହାର ମଧ୍ୟମ ସ୍ଥଳରେ ରହିଛି। ଉକ୍ତ ପଡ଼ିଆଦେଇ ଏହି କାଯ୍ର୍ୟାଳୟଗୁଡ଼ିକୁ ବର୍ଷ ତମାମ୍ ଯିବା ଆସିବା କରିବାକୁ ପଡ଼ିଥାଏ କର୍ମଚାରୀ ଓ ବିଭିନ୍ନ କାଯ୍ର୍ୟନେଇ ଆସୁଥିବା ଶିକ୍ଷୟିତ୍ରୀ କର୍ମଚାରୀ ଓ ଜନସାଧାରଣଙ୍କୁ । ଦୀର୍ଘ ବର୍ଷ ହେବ ତାହାର ଉନ୍ନତୀକରଣ ହୋଇ ନଥିବାରୁ ସାମାନ୍ୟ ବର୍ଷାରେ ସମଗ୍ର ଅଂଚଳ ଜଳମଗ୍ନ ହୋଇପଡୁଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟତ ଏବଂ ବିଦ୍ୟାଳୟ ପରିସରରେ ଖେଳକୁଦ କରିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟାଳୟମାନଙ୍କୁ ଦୈନନ୍ଦିନ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବାଇକ୍ େଯାଗେ ଆସୁଥିବାରୁ ରାସ୍ତାଗୁଡ଼ିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଚଳିତ ବର୍ଷାରେ ଖେଳ ପଡିଆଟି ସµୂର୍ଣ୍ଣ ଜଳମଗ୍ନ ରହିଥିଲେ ମଧ୍ୟ ତାହାର ଉନ୍ନତୀକରଣ ଓ ସମସ୍ୟାର ସ୍ଥାୟୀ ସମାଧାନହୋଇ ପାରୁନି । ସର୍ବଶିକ୍ଷା ଅଭିଯାନତରଫରୁ ବ୍ଲକ୍ର ସମସ୍ତ ବିଦ୍ୟାଳୟମାନଙ୍କରେ ଉନ୍ନତୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖଚ୍ର୍ଚ ହେଉଥିବା ବେଳେ ‘ଦୀପତଳ ଅନ୍ଧାର’ ଭଳି ଦୁଇ କାର୍ଯ୍ୟାଳୟ ଶିକ୍ଷାୟତନର ବହୁ ମୁଖô କାଯ୍ର୍ୟ ସମାଧାନ କରିଆସୁଥିଥିଲେ ମଧ୍ଯ ଏହାର ପରିସର ଉନ୍ନତି କରଣ ନହେବା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି କରିଛି। ଏଥିରେ ଦୁଇଗୋଟି ଗୁରୁତ୍ବପୂର୍ଣ୍ଣ କାଯ୍ର୍ୟାଳୟ ଚାଲୁଥିବା ବେଳେ ଗୃହାଭାବ ଏହାର ସମସ୍ୟାକୁ ଦ୍ବିଗୁଣିତ କରିଛି। ଏହି ଦୁଇ କାଯ୍ର୍ୟାଳୟ ବିଦ୍ୟାଳୟ ପରିସରରେ ଅବସ୍ଥାପିତ ହୋଇଥିବାରୁ ଖେଳପଡ଼ିଆର ର ପରିସର ସଂକୁଚିତ ହେବାସହ ଏଥିରେ ମଧ୍ୟ ବର୍ଷାପାଣି ଜମିରହୁଛି। ଫଳରେ ଛାତ୍ରଛାତ୍ରୀମାନେ ଖେଳକୁଦରୁ ବଂଚିତ ହେଉଥିବାର ପରିଲକ୍ଷିତ ହେଉଛି ା ଏଣୁ ଏହି ପଡିଆର ଉନ୍ନତିକରଣ ସହ ଏହାର ପାରିପାଶ୍ର୍ବିକ ଅବସ୍ଥା ସ୍ବଚ୍ଛ ରଖôବାକୁ ସାଧାରଣରେ ଦାବି ହୋଇଛି।
Related Stories
November 22, 2024