
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାରେ ମାତୃ ଶିଶୁ ମୃତ୍ୟୁହାର କମୁନଥିବାରୁ ସମୀକ୍ଷା ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ମାତୃ ଶିଶୁ ମୃତ୍ୟୁହାର ସଂପର୍କୀତ ଅନୁÂିତ ସମୀକ୍ଷା ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳର ସମୀକ୍ଷା ସମୟରେ ତଥ୍ୟ ପଦାକୁ ଆସିଥିଲା । ଚଳିତ ବର୍ଷ ଅକ୍ଟୋବର ମାସର ସମୀକ୍ଷା କରାଯାଇ ପ୍ରସୂତୀ ଓ ନବଜାତକ ମାନଙ୍କ ସୁରକ୍ଷା ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ଭୁଲ୍ ତ୍ରୁଟି ସୁଧାରିବା ପାଇଁ ଏହି ବୈଠକରେ ମତ ପ୍ରକାଶ ପାଇଥିଲା । ଅକ୍ଟୋବର ମାସରେ ୩୨ ଜଣ ନବଜାତକ ଓ ଜଣେ ମାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅଧିକ ସକ୍ରୀୟତାର ସହ ପ୍ରତିକାର ବ୍ୟବସ୍ଥା ଓ ଉପଯୁକ୍ତ ଚିକିତ୍ସା ତୁରନ୍ତ ଯୋଗାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉର୍ମିଳା ମିଶ୍ର ଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ମିର୍ଜାବାବର ବେଗ୍, ଡିପିଏମ୍ ପ୍ରକାଶ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।