ଭୁବନେଶ୍ୱର – ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ “ଓଡ଼ିଆ ସାହିତ୍ୟର କ୍ରମପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ·ହାଣି ଓ ଚମକର ବ୍ୟାଖ୍ୟାନପୂର୍ବକ ସମାଜ ଏବଂ ସଭ୍ୟତାର ଧାର୍ମିକ, ସାଂସ୍କୃତିକ ତଥା ଐତିହାସିକ ବିବର୍ତନକୁ ଲେଖକ ସୂକ୍ଷ୍ମ ଭାବରେ ଅନୁଶୀଳନ କରିଛନ୍ତି । ଏହି ପୁସ୍ତକରେ ପଣ୍ଡିତ ନୀଳକଣ୍ଠଙ୍କ ପାଣ୍ଡିତ୍ୟ, ବହୁଶାସ୍ତ୍ରଦର୍ଶିତା, ସଂଭ୍ରାନ୍ତ ଶୈଳୀ, ଅସାଧାରଣ ବିଦ୍ବତା ଓ ବିଶ୍ଳେଷଣଦକ୍ଷତା ପ୍ରମାଣିତ ହୋଇ ପୁସ୍ତକଟିକୁ
କ୍ଲାସିକ୍ ମର୍ଯ୍ୟାଦା ପ୍ରଦାନ କରିଛି ବୋଲି ବିଶିଷ୍ଟ ଗବେଷକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିÂାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁÂିତ ଆଜିର “ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ପଣ୍ଡା ପଣ୍ଡିତ ନୀଳକଣ୍ଠଙ୍କ ରଚିତ “ଓଡ଼ିଆ ସାହିତ୍ୟର କ୍ରମପରିଣାମ’ ପୁସ୍ତକର ଆଲୋଚନାପୂର୍ବକ କହିଛନ୍ତି ଯେ ଏଥିରେ ଆହରଣପୁଷ୍ଟ ଓଡ଼ିଆ ସଂସ୍କୃତି କିପରି ନିଜର ମୌଳିକତା ବଜାୟ ରଖି ଅସାମାନ୍ୟ ହୋଇପାରିଛି ତାହା ଦର୍ଶାଯାଇଛି । ସାରଳା ମହାଭାରତର ବିଭିନ୍ନ ରୂପକଥାର ଉଦାହରଣ ଓ ରାଜା ଇନ୍ଦଦୁ୍ୟମ୍ନଙ୍କ ବରମଗା କାହାଣୀରେ ଆମ ଜାତିର ବୈଶିଷ୍ଟ୍ୟ ପ୍ରତିÂିତ ହୋଇଥିବା କଥା ଲେଖକ ଦର୍ଶାଇଛନ୍ତି । ସହଜିଆ, ବୌଦ୍ଧ ଓ
ଗୌଡ଼ୀୟ ବୈଷ୍ଣବମାନଙ୍କ ପ୍ରଭାବରେ ଓଡ଼ିଆ ସଂସ୍କୃତି କିପରି କଳୁଷିତ ହୋଇଥିଲା, ଲେଖକ ତା’ର କ୍ରୁର ସମାଲୋଚନା କରିଛନ୍ତି ବୋଲି ଉଲ୍ଲେଖ କରି ଡ. ପଣ୍ଡା ଏହାକୁ ଏକ ଅନନ୍ୟ ଗ୍ରନ୍ଥ ଭାବରେ ଅଭିହିତ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ବିଦ୍ୱାନ ପ୍ରଫେସର ରାଜକିଶୋର ମିଶ୍ର ପୌରୋହତ୍ୟ କରିଥିବାବେଳେ ବିଭାଗୀୟ ନିଦେ୍ର୍ଧଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ପଣ୍ଡିତ ନୀଳକଣ୍ଠଙ୍କ ସାରସ୍ୱତ ଅବଦାନ ଓ ଅନନ୍ୟ ପାଣ୍ଡିତ୍ୟର ତୁଳନା ନାହିଁ ବୋଲି କହିଥିଲେ ।
ଓଡ଼ିଆ ଭାଷା ପ୍ରତିÂାନର ନିଦେ୍ର୍ଧଶିକା ଡ. ତମସାରାଣୀ ଦାସମହାପାତ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଲେଖକ, ବୁଦ୍ଧିଜୀବୀ, ଗବେଷକ, ସାହିତ୍ୟପ୍ରେମୀ ତଥା ସଂସ୍କୃତିକର୍ମୀ ସମବେତ ହୋଇଥିଲେ ।
Related Stories
November 25, 2024