
ଭୂବନେଶ୍ୱର, ଆସନ୍ତା 26 ତାରିଖରେ ସବୁ ମଣ୍ଡଳରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀ ତଳେ 4 ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ – 23 ବର୍ଷରେ ବିଜେଡ଼ିର ନିରଙ୍କୁଶ ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ଶାନ୍ତି ପ୍ରିୟ ରାଜ୍ୟ ଓ ଜଗନ୍ନାଥ ସଂସ୍କୃତିରେ ଓଡିଶାର ସୁଖ୍ୟାତି ରହିଛି । ବିଜେଡ଼ି ଶାସନର 23 ବର୍ଷର ଉପଲବ୍ଧି ହେଉଛି, ତାଙ୍କ ନେତା ଓ ମନ୍ତ୍ରୀ ହତ୍ୟା, ଯୌନ କେଳେଙ୍କାରୀ, ମହିଳା ବିରୋଧୀ ହିଂସାରେ ନା ଆସୁଛି । ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ରାଜ୍ୟବାସୀ ଜାଣିଛନ୍ତି । ଗୋବିନ୍ଦ ସାହୁଙ୍କୁ ଜେଲ ଭିତରର ପୋଲିସ ମାଧ୍ୟମରେ ହତ୍ୟା କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ କୋର୍ଟରେ ତାରିଖ ଥିଲା, ନେତା ମନ୍ତ୍ରୀଙ୍କ ନାଁ ଖୁଲାସାର ଭୟ ଥିଲା । ଠିକ ସେହିପରି ମାହାଙ୍ଗା ଡବଲ ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚାପି ମାରି ଦିଆଗଲା । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନା ଉଲ୍ଲେଖ କରିଥିଲେ । ପରୀକୁ ହତ୍ୟା କରାଗଲା । ଅଙ୍ଗ ତସ୍କରୀର କଥା ଆସିଥିଲା । ତା ମା ବାପା ଆତ୍ମାହୁତି ଉଦ୍ୟମ କରିଥିଲେ । ସମ୍ପୃକ୍ତ ମନ୍ତ୍ରୀଙ୍କୁ ଜେରା କରାଗଲା ନାହିଁ ବୋଲି ସେ କହିଛନ୍ତି ।