
ମାଲକାନଗିରି,ମାଲକାନଗିରି ଜିଲା ଖଇରପୁଟ ବ୍ଳକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରର ବୈଠକ ଗୃହରେ ମାସିକିଆ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଗୁଣ୍ଡୁରିଗୁଡାର ଦିବଙ୍ଗତ ୱ।ର୍ଡ ସଭ୍ୟ ଡମୁ କୁଆସୀଙ୍କ ଅମର ଆତ୍ମାର ସଦଗତୀ କାମନା ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ଆଜିର ବୈଠକରେ ସରପଞ୍ଚ ମଙ୍ଗଳା ମାଢୀ ସଭାପତିତ୍ବ କରିଥିଲା ବେଳେ ପିଇଓ ରେବତୀ ମାଝୀ ବୈଠକକୁ ପରିଚାଳନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, ନାଏବ ସରପଞ୍ଚ ହସମତି ହନ୍ତାଳ, ସମିତି ସଭ୍ୟା ମୁନି ସଗରୀଆ, ସମସ୍ତ ୱ।ର୍ଡ ର ସଭ୍ୟ ସଭ୍ୟା, ଯୋଗାଣ ସହାୟକ ଦେବେନ୍ଦ୍ର ରାଉତ, ଜଳ ଯୋଗାଣ କର୍ମଚାରୀ ମିଟୁ ମହାରଣା ଓ ମନରେଗା ଯୋଜନାର ଡାଟା ଏଣ୍ଟ୍ରି ଅପରେଟର ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।
ବୈଠକରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଭାଗର କାର୍ଯ୍ୟଧାରାକୁ ତଦାରଖ କରିବା ପାଇଁ ୱ।ର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ଭିତରେ ସ୍ଵତନ୍ତ୍ର କମିଟି ମାନ ଗଠନ କରାଯାଇଛି । ଏଥିରେ ସମସ୍ତ ସଦସ୍ୟ ମାନେ ଏଜେଣ୍ଡା ଅନୁସାରେ ବିଭିନ୍ନ ବିଷୟ ଯଥା- ସ୍ବାସ୍ଥ୍ୟ ଓ ପରିମଳ, ଶିକ୍ଷା, ଉନ୍ନୟନ, ଖାଦ୍ୟ ଯୋଗାଣ, ପେନସନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟତଃ ସଭ୍ୟ ସୁବ୍ରତ ମଲ୍ଲିକ ଗ୍ରାମ ପଞ୍ଚାୟତର ରାଜସ୍ଵ ଅଭିବୃଦ୍ଧି ନିମନ୍ତେ ମୁଖ୍ୟ ବଜାର ନିକଟରେ ଥିବା ହସ୍ପିଟାଲ ସମ୍ମୁଖରେ ଆଉ ୫ ଗୋଟି ମାର୍କେଟ ଷ୍ଟଲ ଓ ଏକ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ସଭ୍ୟ ପିଣ୍ଟୁ ସ୍ବାଇଁ ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟକୁ ସଂଲଗ୍ନ ରାସ୍ତା ଓ ଡ଼୍ରାଇଭରଗୁଡା ଠାରୁ ଗୁଣ୍ଡୁରିଗୁଡା ରାସ୍ତାର ତୁରନ୍ତ ପକ୍କା ରାସ୍ତା ନିର୍ମାଣ ସମ୍ପର୍କରେ ପ୍ରସ୍ତାବ ଆଗତ କରିଥିଲେ । ଆଗାମୀ ନୂଆ ବର୍ଷରେ ସମସ୍ତ ପ୍ରକାର ପେନସନଧାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ସଭ୍ୟ ଶ୍ରୀଧର ଆଦବାରୀ ଅନୁରୋଧ କରିଥିଲେ । ଦୋରାଗୁଡା ୱାର୍ଡ ସଭ୍ୟ ହରି ମାଢୀ ନିଜ ୱ।ର୍ଡ ର ପାନୀୟ ଜଳର ସମସ୍ୟା ବିଷୟରେ ଗୃହକୁ ଅବଗତ କରାଇଥିଲେ । ଶେଷରେ କୁଡୁମୁଲୁଗୁମ୍ମା ପିଇଓ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରି ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ସହଯୋଗ କାମନା କରିଥିଲେ ।