
କୋରାଇ – ଏସପିଙ୍କୁ ଭେଟିବା ପରେ କୋରାଇ ପୁଲିସ ବହୁ ଚର୍ଚ୍ଚିତ ସାବିନା ବିବି ମାମଲାରେ ଆଜି ତାର ଯାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେଶ ନମ୍ବର ୨୬୩/୧୯ରେ ଦଫା ୩୪୧,୩୨୩, ୨୯୪, ୪୯୪, ୫୦୬, ୩୪ ଆଇପିସିରେ ମୋଜୁବରଙ୍କ ସ୍ତ୍ରୀ ସାଇନା ବିବିକୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରି ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଇମ୍ରାନକୁ ଖୁବ ଶିଘ୍ର ଧରା ହେବ ବୋଲି ପୁଲିସ ଦୃଢୋକ୍ତି ପ୍ରକାଶ କରିଛି । ସାବିନା ପୁଲିସ ନିକଟରେ ଅଭିଯୋଗ କରି ନିରାଶ ହୋଇ ସ୍ୱାମୀର ବିବାହକୁ ବିରୋଧ କରି ବିବାହ ରୋକିବାକୁ ଘଟଣାସ୍ଥଳେ ପହଂଚି ଶେଷରେ ନିରାଶ ହେବା ପରେ ଏସିପିଙ୍କୁ ଭେଟିବା ପରେ ପୁଲିସ ଅଭିଯୁକ୍ତ ଶଶୁର ଦେଢଶୁରକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଶାଶୁ ନଣନ୍ଦ, ଯାଆ ଓ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିବାରେ ବିଫଳ ହେବା ହୋଇବାରୁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଗୁହାରୀ ଜଣାଇଛି ପିଡିତା ସାବିନା । ଏମିତିକି ତାର ପରିବାର ପ୍ରତି ବର୍ତମାନ ବିପଦ ଦେଖାଦେଇଛି । ମଙ୍ଗଳପୁର ଓ କୋରାଇ ପୁଲିସ କେବଳ ମାମଲା ରୁଜ୍ଜୁ ୨ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ବେଧଡକ ବୁଲୁଛିନ୍ତି । ତୁରନ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଦାବି କରଇଛନ୍ତି ସାବିନା । ଏସପି ଚରଣ ସିଂହ ମୀନା ଦୁଇ ଥାନାଧିକାରୀଙ୍କୁ ତ୍ୱରୀତ କାର୍ଯ୍ୟାନୁÂାନ ପାଇଁ ତାଗିଦ କରିଥିବା ଜଣାପଡିଛି ।