
ସାନଖେମୁଣ୍ଡି: ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ସ୍ଥିତ ମା ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ବିଂଶତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ସହିତ ସ୍କାଉଟ ଓ ଗାଇଡ଼ର ଦୀକ୍ଷା ଗ୍ରହଣ ଅନୁଷ୍ଠିତ ହୋଇଅଛି। ଚଳିତ ବର୍ଷରୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମତି କ୍ରମେ ଶିଶୁ ମନ୍ଦିରରେ ସ୍କାଉଟ ଓ ଗାଇଡ଼ ବ୍ୟବସ୍ଥାର ପ୍ରଚଳନ ହୋଇ ଥିବା ଅବସରରେ ଗଞ୍ଜାମ ଜିଲ୍ଲା ସଂଗଠନ ଆୟୁକ୍ତ ଶ୍ରୀଯୁକ୍ତ ରାମହରି ସାହୁ ଜିଲ୍ଲା ଗାଇଡ଼ ସଂଗଠକ ଶ୍ରୀମତୀ ସସ୍ମିତା କୁମାରୀ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ ସ୍ୱରୂପ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ଶିକ୍ଷାର୍ଥୀ, ଗୁରୁଜୀ, ଗୁରୁମା ଓ କର୍ମଚାରୀଙ୍କ ସମାବେଶରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ତପନ କୁମାର ରଥ ବାର୍ଷିକ କ୍ରୀଡା ଓ ସ୍କାଉଟ, ଗାଇଡ଼ ସମ୍ୱନ୍ଧରେ ଚିତ୍ତାକର୍ଷକ ଅଭିବ୍ୟକ୍ତି ପ୍ରଧାନ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ଜେନା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସନାତନ ପଣ୍ଡାଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠାନର ପରିଚାଳନା କମିଟି ଉପସଭାପତି ଶ୍ରୀଯୁକ୍ତ ଗଣେଷ ରାଉତ, ଉପଦେଷ୍ଟା ଶ୍ରୀ ସହଦେଵ ପ୍ରଧାନ, ସତ୍ୟନାରାୟଣ ମହାପାତ୍ର, ସନ୍ତୋଷ କୁମାର ହୋତା ପ୍ରମୁଖ ଶିଶୁମନ୍ଦିର ଶିକ୍ଷାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଅନୁଷ୍ଠାନ ତରଫରୁ ସମସ୍ତ କାର୍ଯ୍ୟକର୍ତା ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।