
ସାନଖେମୁଣ୍ଡି: ବ୍ରହ୍ମପୁର ଅବକାରୀ ଉପ ଅଧକ୍ଷକଙ୍କ ତତ୍ୱାବଧନ ଓ ପାଟପୁର ପୋଲିସର ମିଳିତ ଚଢ଼ାଉ କ୍ରମରେ ଆଜି ଅପରାହ୍ନରେ T.ଗୋବିନ୍ଦପୁର ଅଞ୍ଚଳ ଅନ୍ତର୍ଗତ ଲଷ୍ମୀନାରାୟଣପୁର ଖପରାବାଡ଼ ସନ୍ନିକର୍ତ ତପ୍ତପାଣି ନାଳ ନିକଟରୁ ବିପୁଳ ମଦରନ୍ଧା ସରଞ୍ଜାମ ସହ ୨୨୫୦ ଲିଟର ଗୁଡ଼,ମହୁଲ ମିଶ୍ରିତ ଅବୈଧ ମଦ ପୋଚ ଜବତ ହୋଇଅଛି। ଏହା ବ୍ୟତୀତ ୧୬୦ ଲିଟର ଆଇଡି ଚୋରାମଦ ଜବତ କରାଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଅଛି। ତଥ୍ୟ ଅନୁଯାୟୀ ବ୍ରହ୍ମପୁର ଅବକାରୀ ଉପ ନିରୀକ୍ଷକ ଶ୍ରୀ ଅଜିତ କୁମାର ମହାପାତ୍ର, ଚିକିଟି ଅବକାରୀ ରେଞ୍ଜ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଷଡଙ୍ଗୀ, ବ୍ରହ୍ମପୁର ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀ ବାଳକୃଷ୍ଣ ପାଢ଼ୀ ଏବଂ ଦିଗପହଣ୍ଡି ଅବକାରୀ ଇନ୍ସପେକ୍ଟର ଶ୍ରୀ ଅଭିରାମ ସାହୁଙ୍କ ସହ ପାଟପୁର ଥାନା ପକ୍ଷରୁ ଏସଆଇ ଶୁଭ୍ରଜିତ ସାମନ୍ତରାୟ, ସଦଳବେଳ ଚଢ଼ାଉରେ ସାମିଲ ରହି ଲଷ୍ମୀନାରାୟଣପୁର ତପ୍ତପାଣି ନାଳ ନିକଟରୁ ଚୋରାମଦ ତିଆରି ଦେଶୀ କାରଖାନାକୁ ଜବତ କରିଥିଲେ।
୪୧ଟି ଡ୍ରମରେ ଥିବା ଅବୈଧ ମଦ ପୋଚସହ ୪ଗୋଟି ମଦ ତିଆରି ଡେକଚି ସହ ଆଇ.ଡି ଚୋରାମଦ ଜବତ କରିଛନ୍ତି। ପ୍ରକାଶ ଥାଉକି T.ଗୋବିନ୍ଦପୁର ପଞ୍ଚାୟତରେ ବିପୁଳ ଅବକାରୀ ଜିନିଷର ବ୍ୟବସାୟ ରଖୁଥିଲେ ମଧ୍ୟ ପ୍ରଶାସନ ମାସ ଶେଷ ତାରିଖକୁ ଧର୍ଯ୍ୟଲକ୍ଷ ପୂରଣ ପାଇଁ ଧରପଗଡ଼ କରୁଥିବା ବେଳେ ଅବୈଧ ବେପାରକୁ ନିୟନ୍ତ୍ରଣ କରୁନଥିବା ସାଧାରଣରେ ଆଲୋଚନା ହେଉଅଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।