
ମାଲକାନଗିରି, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଜିଲ୍ଳାର ୭ଟି ଶିଶୁ ମନ୍ଦିରର ମୋଟ ୧୦୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମାଲକାନଗିରି ସଙ୍କୁଳ କ୍ରୀଡା ଗତକାଲି ଆୟୋଜିତ ହୋଇଯାଇଛି। କ୍ରୀଡା ଉତ୍ସବଟିକୁ ସ୍ଥାନୀୟ ଅଗ୍ନିଶମ ସେବା ଅଧିକାରୀ ଅଗସ୍ତୁକ୍ କୁଜୁର୍ ଉଦଘାଟନ କରିଥିବାବେଳେ, ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ ଉଦଯାପନ କରିଥିଲେ। ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ରୂପେ ମଧୁ ପାତ୍ର ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ସ୍ଥାନୀୟ ଶିଶୁମନ୍ଦିର ସମ୍ପାଦକ ସୁବ୍ରତ କୁମାର ଭଦ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରମୁଖ ବିଘ୍ନରାଜ ସାହୁ, ମାଲକାନଗିରି ସଙ୍କୁଳ ପ୍ରମୁଖ କବିରାଜ ପ୍ରଧାନ ସଂଯୋଜକ ମନୋରଞ୍ଜନ ଦାସ, ସଙ୍କୁଳ କ୍ରୀଡା ପ୍ରମୁଖ ଅଶ୍ଵିନୀ ସରକାର କ୍ରୀଡା ପରିଚାଳନା କରିଥିଲେ।
୨୮ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା। ଏଥିରେ ୭ ଜଣ ପ୍ରଧାନ ଆଚାର୍ଯ୍ୟ, ୮ ଜଣ ପରିଚାଳକ ଓ ୧୩ ଜଣ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଅନ୍ୟାନ୍ୟ ବ୍ୟବସ୍ଥା ଦୃଷ୍ଟିରୁ ସ୍ଥାନୀୟ ଗୁରୁଜୀଗୁରୁମା, ପରିଚାଳନା ସମିତି ସଦସ୍ୟସଦସ୍ୟା ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।