ରାଉରକେଲା, ବିଶ୍ଵକପ ହକି-୨୦୨୩ ପାଇଁ ଆଜିଠୁ ରାଉରକେଲାରେ ଅଫ୍ ଲାଇନ୍ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ଦିନ ୧୧ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାଉଂଟରରେ ଟିକେଟ୍ ଉପଲବ୍ଧ ହେଉଛି । ୨ନଂ ଓ ୬ ନଂ ଗେଟ୍ ରେ ଥିବା କାଉଂଟରରେ ଏହି ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ଗୋଟିଏ ଆଧାରକାର୍ଡ଼ ଦେଖାଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ କିଣିପାରିବେ । ତେବେ କେତେ ଟିକେଟ୍ ବିକ୍ରୀ ହେବ ସେନେଇ କିଛି ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଅନ୍ୟପକ୍ଷରେ ଟିକେଟ୍ କିଣିବା ପାଇଁ ଖେଳପ୍ରେମୀମାନେ ଲମ୍ବା ଲାଇନ୍ ରେ ରହିଥିବା ବେଳେ ଟିକେଟ୍ ମିଳିବ କି ନାହିଁ ସେନେଇ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ସେହିପରି ଜଣେ ବ୍ୟକ୍ତି ରାଉରକେଲାରେ ଅଫ୍ ଲାଇନ୍ ଟିକେଟ୍ କିଣି ଭୁବନେଶ୍ଵରରେ ମ୍ୟାଚ୍ ଦେଖିପାରିବେ କି ନାହିଁ ତାହା ମଧ୍ୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ରାଉରକେଲା ସହରରେ ୧୩ ଜାନୁଆରୀ ଏବଂ ୧୫ ଜାନୁଆରୀରେ ଦୁଇ ଦିନ ଭାରତର ମ୍ୟାଚ୍ ଥିବାରୁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।