ରାଉରକେଲା,ରାଉରକେଲା ସହରରେ ବିଶ୍ଵ ହକି ଲାଗି ଦିନରାତି କାମ ଚାଲିବା ସହ ସହରକୁ ସଜେଇବାରେ ପ୍ରଶାସନ ଲାଗି ପଡିଥିବା ବେଳେ ବିଭିନ୍ନ ଯାଗାରେ ଲାଗିଥିବା ପାଇପ ଓ ଗ୍ରିଲକୁ କାଟିନେଉଛନ୍ତି ଲୁହା ଚୋର। ନାନା ଦିଗରୁ ସୁରକ୍ଷା ଦେବାକୁ କହୁଥିବା ପୁଲିସ ବିଭାଗ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବାରେ ଫେଲ ମାରିଥିବା ଦେଖାଯାଇଛି । ବିଶ୍ଵ ହକି ପୂର୍ବରୁ ରାଉରକେଲାର ଡିଏଭି ପୋଖରୀକୁ ସଜାଯିବା ସହ ସେଠାରେ ନଉକା ଚାଳନା, ପାଣିର ସିଂଚନ ଓ ଲାଇଟର ସୁନ୍ଦର ବ୍ୟବସ୍ଥା କରାଯାଇଛି। ଲୋକେ ସେଠାରେ ଏବେ ଠାରୁ ପହଁଚି ଦୃଶ୍ୟକୁ ଉପଭୋଗ କରିବା ସହ ସେଲଫି ନେଉଥିବା ଦେଖାଯାଉଛି। ସହର ବାସୀ ସେ ଯାଗାରେ ଏବେ ଠାରୁ ସକାଳ ସନ୍ଧ୍ୟା ଭିଡ ଜମାଉଛନ୍ତି । ହେଲେ ପୋଖରୀ ଚାଲିପଟେ ବୁଲିଥିବା ଗାର୍ଡ ପାଚେରୀରେ ଲାଗିଥିବା ଲୁହା ପାଇପ ଗୁଡିକୁ ଇତି ମଧ୍ୟରେ ଲୁହା ଚୋର ମାନେ କାଟି ନେଇଥିବା ଦେଖାଯାଇଛି । ରିଂ ରୋଡରୁ ପୋଖରୀ କଡରେ ବାସନ୍ତୀ କଲୋନୀ ଯିବା ରାସ୍ତାରେ ଥିବା ପାଚେରୀରେ ପ୍ରାୟ ୨୫ଟି ପାଇପ କାଟି ନିଆଯାଇଥିବା ଦେଖାଯାଇଥିଲା । ପରେ ଏହାକୁ ଦେଖିବା ପରେ ପୁର୍ନବାର ସେହିପାଇପ ଗୁଡିକୁ ଲଗାଯାଇଛି । ସେହିଭଳି ସହର ସାରା ଛେଣ୍ଡ କଲୋନୀର ରାସ୍ତା ଦୁଇପାଖ ମଝିରେ ଥିବା ଗଛକୁ ସୁରକ୍ଷା ଦେବା ଲାଗି ଗ୍ରିଲ ମାନ ଲଗାଯାଇ ରଙ୍ଗ ଦିଆଚାଲିଛି । ବିମାନ ବନ୍ଦର ପାଖରେ ମଧ୍ୟ ଗ୍ରିଲ ଲଗା ଚାଲିଛି । ହେଲେ ବିମାନ ବନ୍ଦର ପାଖରେ ନିୟମିତ ଗ୍ରିଲ ଲଗା ଚାଲିଛି ଓ କାଟିକି ଚୋରୀ ମଧ୍ୟ ଚାଲିଛି । ରାଉରକେଲା ସଜେଇ ହେବା ସମୟରେ ସାଧାରଣରେ ଏକ ଆଲୋଚନା ଚାଲିଥିଲା ଯେ ,ଏତେ ସିନା ସଜା ଚାଲିଛି, ହେଲେ ହକି ସରିବା ପରେ ଲଗାଯାଇଥିବା ଗ୍ରିଲ ଗୁଡିକ କଂଟା ବେପାରୀଙ୍କ ଲାଗି ବେଶ ଲାଭଦାୟକ ହେବ। ଠିକ ସେଇଆ ହେଲା ଖେଳ ଆରମ୍ଭ ନହେବା ଆଗରୁ ସେ ସବୁ ଚୋରୀ ହେବା ଆରମ୍ଭ ହେଲାଣିି ।ରାଉରକେଲାରେ ହକି ସମୟରେ ସୁରକ୍ଷାକୁ ଅଧିକ କଡାକଡି କରାଜିବ ବୋଲି ପୁଲିସ ବିଭାଗ ପକ୍ଷରୁ କୁହାଯାଉଛି, ନାନା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି, ହେଲେ ରାସ୍ତା କଡରେ ଥିବା ପାଇପ ଗ୍ରିଲକୁ ଯଦି ସୁରକ୍ଷା ଦିଆଯାଇପାରୁନି ସେତେବେଳେ କିପ୍ରକାର ସୁରକ୍ଷା ଦିଆଜିବ ସେ ନେଇ ଉଠିଲାଣି ପ୍ରଶ୍ନ । ସହରରେ ପାଟ୍ରୋଲିଂ ଅଭାବ ଯୋଗୁ ଏସବୁ ଅପରାଧ ବଢୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି, ହେଲେ ବ୍ୟବସ୍ଥା ଏହାକୁ କର୍ଣପାତ କଲା ଭଳି ମନେ ହେଉନାହିଁ ।
ଅତିତରେ ପୂର୍ବତନ ଡିଆଜି ଗୋପାଳ ନନ୍ଦଙ୍କ ସମୟରେ କଂଟା କାରବାର ସହରରେ ସଂପୁର୍ଣ ବନ୍ଦ ହୋଇଜିବା ଓ ଗୋଟାଏ ଛୁଚିଂ ଯଦି କେଉଁଠି ଦେଖିବାକୁ ମିଳେ କଡା କାର୍ଯୟାନୁଷ୍ଠାନ ହେବ ବୋଲି ତାଙ୍କର ଯେଉଁ କଡା ଆଭିମୁଖ୍ୟ ଥିଲା ତାହା ଆଜିବି ଜାଣିବା ଶୁଣିବା ମହଲରେ ଆଲୋଚନା ହୁଏ । ହେଲେ ତାପରେ ଯେଉଁ ବାବୁ ମାନେ ଆସିଲେ ସେହି ପରଂପରାକୁ ରଖିପାରିଲେନି, ଦିନକୁ ଦିନ ଏହି କଂଟା କାରବାର ତାର କରିସ୍ମା ମୁଖ୍ୟ ରାସ୍ତା ଓ ବିମାନ କ୍ଷେତ୍ରରେ ଦେଖାଇ ଦେଲା । ଦେଖାଯାଉ ଖେଳ ଆରମ୍ଭ ଓ ସରିବା ଭିତରେ ଆଉ କେତେ ଗ୍ରିଲ କଟାଯାଉଛି ଓ ଏସବୁକୁ ସହରରେ ସୁରକ୍ଷା ଦିଆଯାଇପାରୁଛି କି ନାହିଁ ତାହା ସମୟ କହିବ ।