
ଭଞ୍ଜନଗର – ଆଜି ଭଞ୍ଜନଗର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଦସ୍ୟ ମାନେ ଏକାଠି ହୋଇ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ସାକ୍ଷାତ କରି ପରିବେଶ,ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବା ସହ ସଂଘ ପାଇଁ ସରକାରୀ ଯାଗା ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ସେହିପରି ସଂଘର ୮୨ ଜଣ ସଦସ୍ୟଙ୍କୁ ପୋଲିସ ତରଫରୁ ବରିଷ୍ଠ ନାଗରିକ ପରିଚୟପତ୍ର ପ୍ରଦାନ କରିବା ପାଇଁ ଭଞ୍ଜନଗର ଥାନା ସଂଯୋଜିକା ଲିତା ରାଣୀ ପରିଡ଼ା ଙ୍କୁ ସାକ୍ଷାତ କରି ଜଣାଇଥିଲେ। ଏଥିରେ ସଂଘର ବିଭୁତି ଭୂଷଣ ଜେନା, ସୁବଳ ଚନ୍ଦ୍ର ଭୂୟାଁ, ଅନୁପମ ବାନାର୍ଜୀ, ଶୂଳପାଣି ଶତପଥୀ,ପର୍ଶୁରାମ ସ୍ୱାଇଁ, କୈଳାଶ ଚନ୍ଦ୍ର ଭୋଳ, ଅଭିମନ୍ୟୁ ଭୂୟାଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।