ସାନଖେମୁଣ୍ଡି: ରାଜ୍ୟ ପ୍ରଶାସନିକ ସଂସ୍କାର ନେଇ ଉଦ୍ଧିଷ୍ଟ “ମୋ ସରକାର ” ଏବଂ 5Tର ଉପଯୋଗୀତା ନେଇ ସମ୍ପ୍ରତି ପ୍ରଶାସକ ଓ କର୍ମଚାରୀ ମନରେ ସଂଶୟ ସୃଷ୍ଟି ହୋଇଥିବା ବେଳେ ପ୍ରଥମ ପ୍ରଯ୍ୟାୟରେ “ମୋ ସରାକାର”ରେ ସାମିଲ ଥିବା ଡାକ୍ତରଖାନା ଓ ପୋଲିସ ଥାନା କର୍ମଚାରୀଙ୍କ ତତ୍ପରତା ଦେଖିବାକୁ ମିଳିଛି। ଉଭୟ ସ୍ୱାସ୍ଥ୍ୟ ବିଭାଗ ଏବଂ ଘରୋଇ ବିଭାଗର ରୂପରେଖ ଚର୍ଚ୍ଚାରେ ପରିବର୍ତ୍ତନ ସହିତ ବିଭାଗକୁ ଜନ ଆକ୍ରୋଶରୁ ମୁକ୍ତ କରାଯିବାକୁ ବିଭାଗ ତରଫରୁ ଜନ ସଚେତନତାକୁ ଗୁରୁତ୍ୱରୋପ କରାଯାଉଅଛି। ଏହି ସ୍ଥିତିରେ ସ୍ଥାନୀୟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ପରିଚାଳିତ ପାଟପୁର ସରକାରୀ ଚିକିତ୍ସାଳୟ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ସୌଜନ୍ୟରୁ “ମୋ ଡାକ୍ତରଖାନା ମୋ ଗର୍ବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସର କାର୍ଯ୍ୟରତ ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମଙ୍କ ସମାବେଶରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଶଙ୍କର୍ଷଣ ସ୍ବାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପୌରହିତ୍ୟ କରିଥିଲେ। ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡ ଡା.ତପନ କୁମାର ମଲ ବିଭାଗୀୟ କାର୍ଯ୍ୟସୂଚୀ ସହ ଆବଶ୍ୟକୀୟ ଭିତ୍ତିଭୂମି ବିକାଶରେ ଜନସାଧାରଣ ଅଂଶିବାରୀକୁ ଗୁରୁତ୍ୱରୋପ କରିଥିଲେ। ପାଟପୁର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜନ ବସ୍ତିରେ ଡାକ୍ତରଖାନା ପ୍ରତି ଥିବା ସାଧାରଣ ମନୋଭାବ ପରିବର୍ତ୍ତନ ପାଇଁ ଡାକ୍ତର ଓ କର୍ମଚାରୀଙ୍କ ସମନ୍ଵୟତା ପୂର୍ଣ୍ଣ ମନୋଭାବକୁ ପରିପୃଷ୍ଟ କରିଥିଲେ। ପରିଶେଷରେ ଡାକ୍ତର ଓ କର୍ମଚାରୀ ମିଳିତ ଭାବେ “ସମୂହ ସଫେଇ” ଅଭିଯାନରେ ଡାକ୍ତରଖାନା ପରିସରକୁ ଝାଡୁ ମାରି ସଫାକରିବା ସହ ସାମୁହିକ ବୃକ୍ଷରୋପଣ କରିଥିଲେ। ଫାର୍ମାସିଷ୍ଟ ସଞ୍ଜୟ କୁମାର ସାହୁ, ବିଡି ଜୟନ୍ତୀ ଦାସ, ଏଏନଏମ ମିନତୀ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ମିଳିତ କାର୍ଯ୍ୟକ୍ରମକୁ ପାଟପୁର ଭାରପ୍ରାପ୍ତ ଡାକ୍ତର ଶ୍ରୀ ଅଭିଷେକ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 22, 2024