ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ “ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି ।
ସକାଳେ ଏହି ଉପଲକ୍ଷେ ଆୟୋଜିତ ଶପଥପାଠ ଉତ୍ସବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର
ଲୋହାନୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମ·ରୀମାନଙ୍କୁ “ସମ୍ବିଧାନ ଦିବସ’ର ଶପଥପାଠ କରାଇଥିଲେ ।
ଏହି ଶପଥ ଗ୍ରହଣ ଉତ୍ସବରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଏବଂ ଶ୍ରୀ ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନୀତିରଞ୍ଜନ ସେନ୍ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମ·ରୀ ଉପସ୍ଥିତ ରହି ସମ୍ବିଧାନର ସୁରକ୍ଷା ଓ ସମ୍ମାନ ରକ୍ଷା ନିମନ୍ତେ ଶପଥ ନେଇଥିଲେ ।