ଭଦ୍ରକ – ଏହି ଜିଲାରେ କାଠ ଶିଳ୍ପ ସହିତ ସଂପୃକ୍ତ ଥିବା ସମସ୍ତ କରତକଳ ମାଲିକଙ୍କୁ ସରକାରୀ ସ୍ବୀକୃତି ମିଳିବା ଦାବିନେଇ ଆଜି ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣସଂଗ୍ରାମ ସଂଘ ପକ୍ଷରୁ ଭାରପ୍ରାପ୍ତ ଜିଲାପାଳ ତଥା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଲିଖôତ ତଥ୍ୟ ମୂଳେ ଗ୍ରାମାଳ ଠାରୁ ସହରାଳ ପର୍ଯ୍ୟନ୍ତ କାଠ ସହ ଜୀବନ ଜୀବିକାର ସଂପର୍କ ରହିଛି। ମାତ୍ର ସରକାର ଦୀର୍ଘବର୍ଷ ଧରି କରତକଳକୁ ସ୍ବୀକୃତି ପ୍ରଦାନ କରୁନାହାଁନ୍ତି। ଫଳରେ କରତକଳ ସହିତ ସଂପୃକ୍ତ ଥିବା ବ୍ୟବସାୟୀମାନେ ସେମାନଙ୍କର ଜୀବିକା ଛାଡିପାରୁନଥିବାବେଳେ ଅନେକ ସମୟରେ ବିଭାଗୀୟ କର୍ୃପକ୍ଷ ଓ ପୁଲିସ୍ ଜୁଲମର ସମ୍ମୁଖୀନ ହେବା ସହ ସେମାନଙ୍କର କରତ କଳକୁ ବେଆଇନ୍ ଦର୍ଶାଇ କର୍ୃପକ୍ଷ ସିଲ୍ କରୁଛି। େଯଉଁଥିପାଇଁ ଅନେକ ଲୋକ ବରୋଜଗାର ହୋଇପଡୁଛନ୍ତି। ତେଣୁ କରତକଳ ପାଇଁ ସରକାର ତୁରନ୍ତ ସରକାରୀ ସ୍ବୀକୃତି ପ୍ରଦାନ କରିବାକୁ ଆଜି ଜିଲାର ସମସ୍ତ କରତକଳ ମାଲିକମାନେ ଦାବି କରିଛନ୍ତି। ଏଠାରେ ସୂଚନାେଯାଗ୍ୟ ଆମ ରାଜ୍ୟରେ ୧୯୮୦ ମସିହାରେ କରତକଳ ପାଇଁ ଆଇନ୍ ପ୍ରଣୟନ ହେବା ପରେ ଜିଲାର କେନ୍ଦୁଆପଦା ଠାରେ ୭ଟି କରତକଳକୁ ସ୍ବୀକୃତି ପ୍ରଦାନ କରାଯାଇଛି। ୨୦୦୨ ମସିହାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିଦ୍ର୍ଧେଶାଳୟଙ୍କ ନିଦ୍ର୍ଧେଶ କ୍ରମେ ଜଂଗଲର ୧୦ କିମି ମଧ୍ଯରେ କୌଣସି କରତକଳ ଚାଲିପାରିବ ନାହó । କିନ୍ତୁ ଓଡ଼ିଶାରେ ଜଂଗଲ ସୀମାରୁ ୧୦ କିମି ଛାଡି କୌଣସି ସ୍ଥାନ ନଥିବାରୁ ଏହାର ଲାଇସେନ୍ସକୁ ରଦ୍ଧ କରାଯାଇଥିଲା। ୨୦୦୨ ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାର କୌଣସି କରତକଳର ଲାଇସେନ୍ସ ନଥିବାବେଳେ ଭଦ୍ରକରେ ୪୦ ରୁ ଉଦ୍ଧ୍ର୍ବ ବିନା ଲାଇସେନ୍ସ ପ୍ରାପ୍ତ କରତକଳ ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିଆସୁଥିଲା। ୨୦୧୪ ରେ କେତେକ କରତକଳକୁ ଲାଇସେନ୍ସ ପ୍ରଦାନ ପାଇଁ ନିଦ୍ର୍ଧେଶ ଦିଆଯାଇଥିବାବେଳେ ଅନ୍ୟ ସମସ୍ତ କରତକଳକୁ ବେଆଇନ୍ ଘୋଷଣା କରାଯାଇଛି। ପରବର୍ୀ ସମୟରେ ମାନ୍ୟବର ହାଇକୋର୍ଟଙ୍କ ନିଦ୍ର୍ଧେଶ ମୂଳେ ୭ଟି କରତକଳକୁ ଲାଇସେନ୍ସ ପ୍ରଦାନ ଦେବା ସହ ଗୋଟିଏ ସ୍ଥାନରେ ସ୍ଥାପନ ପାଇଁ ନିଦ୍ର୍ଧେଶ ଦିଆଯାଇଥିଲା। ଯାହାକି ଭଦ୍ରକ ସହର ଠାରୁ ୨୦ କିମି ଦୂର କେନ୍ଦୁଆପଦା ଠାରେ ୨୦୧୮ ମସିହାରେ ୬ଟି କରତକଳ ସ୍ଥାପନ କରାଯାଇଥିବାବେଳେ ଅନ୍ୟ ସମସ୍ତକୁ ବେଆଇନ୍ ଘୋଷଣା କରାଯାଇଛି। ଅନ୍ୟ ସମୟରେ କରତକଳ ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ମିଲ୍ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ରାଂଶକୁ ଜବତ କରିବା ଆଦି ଘଟଣା ସେମାନଙ୍କ ମଧ୍ଯରେ ପୁଂଜିଭୂତ ଅସନ୍ତୋଷ ସୃଷ୍ଟି କରିଛି। ଭଦ୍ରକରେ ୭ଟି କରତକଳକୁ ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ୨୦୧୯ ମସିହାରେ ଅନ୍ୟ ସମସ୍ତ କରତକଳକୁ ଲାଇସେନ୍ସ ଦେବା ସରକାରଙ୍କ ନିତ୍ୟାନ୍ତ ଜରୁରୀ ବୋଲି ସଂଘର ସଭାପତି ବାବୁ ବେହେରା ଓ ସଂପାଦକ ନାସିର ଅଲ୍ଲୀ ଖାଁ ଦାବି କରିଛନ୍ତି। ପ୍ରତ୍ୟେକ୍ଷ ଭାବେ କାଠଶିଳ୍ପ ସହିତ ନିର୍ଭର କରୁଥିବା ୧୦ ହଜାର ପରିବାର ଜୀବନ ଜୀବିକା ହରାଇବାକୁ ଯାଉଛନ୍ତି। ତେଣୁ ବନ୍ଦ ହୋଇଥିବା ସ’ ମିଲ୍ଗୁଡିକୁ ଲାଇସେନ୍ସ ପ୍ରଦାନ କରିବା ପାଇଁ ସେକ୍ ମୁକିତ୍, ସୁନଉର ଅଲ୍ଲୀ ଖାଁ, ମଣିଲାଲ ପଟେଲ, ସେକ୍ ଫକୁଲ ଇସଲାମ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
January 8, 2025