ଭଦ୍ରକ – ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ଦ୍ବାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମିଟି ଦ୍ବାରା ପରିଚାଳିତ ଆସିଆନା ସ୍ବାଧାର ଗୃହର ଅନ୍ତେବାସୀଙ୍କୁ ତା’ର ବାପଘର ପରିବାକୁ ହସ୍ତାନ୍ତର କରାଗଲା। ସୂଚନା ଥାଉକି ପୁଷ୍ପା ପଲେଇ(୩୪) ଗତ ୧୫ବର୍ଷ ତଳେ କେଉଁଝର ଜିଲ୍ଲାରେ ବିଭାହ କରିଥିଲେ। କିନ୍ତୁ ସ୍ବାମୀ ଓ ତାରଘର ଲୋକଙ୍କର ମାନସିକ ଓ ଶାରିରୀକ ନିର୍ଯ୍ୟାତନା ସହି ନପାରି ଘର ଛାଡ଼ିଦେଇଥିଲେ। ପେଟ ପୋଷଣ ପାଇଁ ଭିକ ମାଗୁଥିବ ସମୟରେ ଖୋଦ୍ର୍ଧା ଜିଲ୍ଲାରେ ଥିବା ସ୍ବେଛାସେବୀ ସଂଗଠନ ବିଶ୍ବ ଜୀବନ ସେବା ସଂଘ ଦ୍ବାରା ଉଦ୍ଧାର ହୋଇ ଆଶ୍ରୟ ଦିଆଯାଇଥିଲା। ପୁଷାର ମାନସିକ ଅବସ୍ଥା ଠିକ୍ ନଥିବାରୁ ପ୍ରାରମ୍ଭିକ ଅବସ୍ଥାରେ କିଛି ପ୍ରକାଶ କରିପାରୁନଥିଲା। କିଛି ଦିନ ରହିଲା ପରେ ନିଜ ଘର ଭଦ୍ରକ ଜିଲ୍ଲା ବୋଲି କହିବା ପରେ ବିଶ୍ବ ଜୀବନ ସେବା ସଂଘ ଆସିଆସା ସ୍ବଧାରଗୃହକୁ ଗତ ୮.୪.୧୯ରିଖରେ ସ୍ଥାନାନ୍ତରିତ କରାଯାଇଥିଲା। ଆସିଆନାର ପରାମର୍ଶ ଦାତ୍ରୀ ଅନିମା ପଣ୍ଡା ବାରମ୍ବାର ପୁଷ୍ପାକୁ କାଉନସିଲିଂ କରିବା ପରେ ଜଣା ପଡ଼ିଥିଲା େଯ ତା ବାପଘର ହେଉଛି ଭଦ୍ରକ ବ୍ଲକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚଡ଼ିଦିଆଗ୍ରାମର ରମାକାନ୍ତ ନାୟକଙ୍କ ଝିଅ। ଆସିଆନାର ସଂପାଦିକା ସୋଫିଆ ସେକ୍ଙ୍କ ନିଦ୍ର୍ଧେଶକ୍ରମେ ଓ ଗ୍ରାମାଂଚଳଥାନାଅଧିକାରୀ ସୁଧାଂଶୁ ମିଶ୍ରଙ୍କ ସହେଯାଗରେ ଅନିମା ପଣ୍ଡା ଓ ରିଆଜ ଅହମ୍ମଦ ତା’ର ଭାଇ ଭାଉଜଙ୍କୁ ହସ୍ତାନ୍ତର କରିଥିଲେ।
Related Stories
January 8, 2025