
ଭଦ୍ରକ – ଜିଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଓ ଡିପିସିଙ୍କୁ ସରକାରଙ୍କ ତାଗିଦ ଓ ପ୍ରାଥମିକ ଶିକ୍ଷା ନିଦ୍ର୍ଧେଶାଳୟ ପକ୍ଷରୁ ଶିକ୍ଷକଙ୍କ ଶିକ୍ଷାଗତ େଯାଗ୍ୟତା ଯା ଲାଗି ବାରମ୍ବାର ନିଦ୍ର୍ଧେଶ ଆସୁଥିଲେ ମଧ୍ଯ ବିଭାଗୀୟ ଅଧିକାରୀମାନେ ଏହାକୁ ଖାତିର କରୁନଥିବା ସରକାରଙ୍କ ପ୍ରେରିତ ପତ୍ରରୁ ସ୍ପଷ୍ଟ ବାରି ହୋଇପଡୁଛି। ଭଦ୍ରକ ଜିଲା ଡିପିସି ପକ୍ଷରୁ ଚିଠି ନଂ ୨୮୪୧, ତା ୧୯.୧୧.୧୯ ରେ ଜିଲାର ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ସାତ ଦିନ ମଧ୍ଯରେ ଶିକ୍ଷକଙ୍କ ଶିକ୍ଷାଗତ େଯାଗ୍ୟତା ଯା ପ୍ରକ୍ରିୟାର ସବିଶେଷ ବିବରଣୀ ପୈଠ କରିବାକୁ ନିଦ୍ର୍ଧେଶ ଦିଆଯାଇଛି। ବ୍ଲକ୍ ଶିକ୍ଷାଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାରୁ ଏହି କାର୍ଯ୍ୟକ୍ରମ ଶୀଥିଳ ପଡୁଥିବା ନଜରକୁ ଆସିଛି। ଗତ ୪ ତାରିଖରେ ବନ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ କାଦବରାଙ୍ଗ କ୍ଲଷ୍ଟର ଅଧୀନ ଆପ୍ତିରା ୟୁଜିଏମ୍ଇ ସ୍କୁଲରେ ଜନୈକ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିେଯାଗ ହୋଇଥିଲା। ଅଭିେଯାଗକୁ ୨୦ ଦିନ ପୂରିବାକୁ ବସିବା ପରେ ମଧ୍ଯ ଉକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳି ନିଦ୍ର୍ଧେଶ କରୁଛି। ସୂଚନା ଅଧିକାର ଆଇନ୍ ବଳରେ ହସ୍ତଗତ ହୋଇଥିବା ସୂଚନାରୁ ବନ୍ତ ବ୍ଲକ୍ କାଦବରାଙ୍ଗ କ୍ଲଷ୍ଟର ଅଧୀନସ୍ଥ ଆପ୍ତିରା ୟୁଜିଏମ୍ଇ ସ୍କୁଲରେ ଜନୈକ ସହକାରୀ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଛନ୍ତି। ସେ ୨୦୦୫ ମସିହାରେ ତାଙ୍କର ଶିକ୍ଷାଗତ େଯାଗ୍ୟତାର ପ୍ରମାଣ ପତ୍ର ଦେଇ ଏହି ପଦବୀରେ ନିଯୁକ୍ତି ପାଇଥିଲେ। ତାଙ୍କ ଶିକ୍ଷାଗତ େଯାଗ୍ୟତା +୨ କଳା, ସିଟି କିନ୍ତୁ ଜନସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସୂଚନା ଅନୁଯାୟୀ ସେ ଦେଇଥିବା ସିଟି ପ୍ରମାଣପତ୍ରଟି ଭୁଲ୍ ବୋଲି ସୂଚନା ମିଳିଛି। ସେହି ପ୍ରମାଣ ପତ୍ରରେ ସେ କµାର୍ଟମୋଳରେ ପାସ୍ ହୋଇଥିବା ଉଲ୍ଲେଖ ଥିବାବେଳେ ମିଳିଥିବା ବିଭାଗୀୟ ଜନ ସୂଚନା ଅଧିକାରୀଙ୍କ ସୂଚନା ଅନୁଯାୟୀ ସେ ଫେଲ୍ ହୋଇଥିବା ଜଣାପଡିଛି। ଏହା ଜଣାପଡିବା ପରେ ଏହି ସୂଚନାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଘଟଣାର ସତ୍ୟତା ବିଷୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ େଯାଗାେଯାଗ କରିବାରୁ ସେହି ପ୍ରମାଣପତ୍ରର ସଠିକ୍ ଯା ପାଇଁ ବିଏସ୍ସି ଓଡ଼ିଶାକୁ ପଠାଯାଇଥିବା ସେ କହିଥିଲେ। ଜିଲା ଶିକ୍ଷାଧିକାରୀ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଇତିମଧ୍ଯରେ ଅଭିେଯାଗକୁ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବା ଜଣାପଡିଛି। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।