
ମାଲକାନଗିରି- ଦାହ ପାଇଁ ଆସିଲେନି ନିଜ ଲୋକେ , ପଡି ରହିଥିବା ସବ କୁ ଦାହ କଲେ ମାଲକାନଗିରି ଜିଲ୍ଲାର ଜୟ ମାଲକାନଗିରି ଜିଲ୍ଲାର ନାମକ ଯୁବ ସଂଗଠନ ର ସଦସ୍ୟ ମାନେ । 2ଦିନ ପୂର୍ବେ ମାଲକାନଗିରି ମଲ୍ଲିକେସ୍ୱର କଲୋନୀ ର ମୁକା ମାଡ଼କାମୀ ନାମକ ଜଣେ ବ୍ୟକ୍ତି କେନାଲ ରେ ପଡି ମୃତ୍ୟୁ ବରଣ କରିଥିଲେ । ତେବେ ଏହାପରେ ମୁକା ଙ୍କ ସ୍ତ୍ରୀ ନିଜ ସମ୍ପର୍କୀୟ ଙ୍କୁ ଜଣାଇବା ପରେ ମଧ୍ୟ କେହି ସବ ଦାହ ପାଇଁ ଆଗକୁ ଆସିନଥିଲେ । ଫଳରେ ଗୋଟିଏ ଦିନ ସଵଟୀ ପଡି ରହିଵା ପରେ ଏହି ଯୁବ ସଂଗଠନ ର ସଦସ୍ୟ ମାନେ ଖବର ପାଇ ସବ ଦାହ କରିବା ପାଇଁ ଆଗକୁ ଆସିଥିଲେ । ଶେଷରେ ଯୁବକ ମାନଙ୍କ ପ୍ରଚେଷ୍ଟା ରେ ସବ ଦାହ ହୋଇଥିଲା ।