ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଧରାକୋଟ ନିକଟସ୍ଥ ନେଳିଆ ବନ୍ଧ ସ୍ଵପ୍ନେଶ୍ଵର ମନ୍ଦିର ପଛପଟେ ଗତକାଲି ସଂନ୍ଧ୍ୟାରେ ଜୁଆ ଖେଳ ଚାଲିଥିବା ବେଳେ କିଛି ଅଜ୍ଞାତ ଯୁବକ ସେଠାରେ ପହଂଚି ଜୁଆଡ଼ି ମାନଙ୍କୁ ଭୟଭିତ କରାଇ ଏବଂ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା, ସୁନାମୁଦି ଏବଂ ସୁନା ଚେନ୍ ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଧରାକୋଟ ପୋଲିସ ଖବର ପାଇ ଶେରଗଡ଼, ଆସିକା, ସୋରଡ଼ା ଓ ପାଟପୁର ପୋଲିସ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛନ୍ତି । ଏଥି ସହ ଆସିକା ଏସଡିପିଓ ଉମାଶଙ୍କର ସିଂ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଦୁର୍ବୃତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି ।