
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତ ବିକାଶ ପରିଷଦ ସମାଜର ପ୍ରବୃଧ, ସମୃଦ୍ଧ, ସମ୍ପୂର୍ଣ୍ଣ ଏବଂ ପ୍ରଭାବୀ ବ୍ୟକ୍ତିମାନଙ୍କ ଏକ ଅଣ ରାଜନୈତିକ, ସାମାଜିକ, ସାଂସ୍କୃତିକ ଅଖିଳ ଭାରତୀୟ ସ୍ତରର ସ୍ଵେଚ୍ଛାସେବୀ ସଂଗଠନ । ଯେଉଁ ସଂଗଠନ ନିଜ ସଦସ୍ୟ ମାନଙ୍କ ମାଧ୍ୟମରେ ସମାଜର ବଞ୍ଚିତ, ଅବହେଳିତ ବର୍ଗର ସେବା କରିବା ସହ ନୂତନ ପିଢ଼ୀ ମାଧ୍ୟମରେ ଦେଶଭକ୍ତି ଜାଗରଣ କରି ସଂସ୍କାର ମାଧ୍ୟମରେ ସମାଜ ଏବଂ ରାଷ୍ଟ୍ର ନିର୍ମାଣ କରିବାରେ ଦୀର୍ଘ ୬ ଦଶକ ଧରି କାର୍ଯ୍ୟ କରିଆସୁଛି ।ପରିଷଦର ଉଦ୍ଦେଶ୍ୟ ସମାଜର ଉଚ୍ଚ, ପ୍ରବୃଦ୍ଧ ଏବଂ ସଂପର୍ଣ୍ଣ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ସୁସଂଗଠିତ କରି ସେମାନଙ୍କ ହୃଦୟରେ ସମାଜର ବଞ୍ଚିତ ଅସମର୍ଥ ଏବଂ ଅଶିକ୍ଷିତ ବର୍ଗର ସେବା କରିବା ପାଇଁ ନିଃସ୍ୱାର୍ଥପର ସେବା ଭାବ ସୃଷ୍ଟି କରିବା ସହ ସାମାଜିକ ଜୀବନରେ ବିଭିନ୍ନ କ୍ଷେତ୍ରରେ ରାଷ୍ଟ୍ରର ସକାରତ୍ମକ ନେତୃତ୍ବ ନେବାକୁ ସକ୍ଷମ ଏବଂ ସମର୍ଥ ହୋଇପାରିବେ ।
ଏହି କ୍ରମରେ ସାମାଜିକ ଦାୟିତ୍ଵବୋଧ ତଥା ଛାତ୍ରୀ ମାନଙ୍କ ମଧ୍ୟରେ ରକ୍ତହିନତା, କୁପୋଷଣ ତଥା ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି
ଉଦ୍ଧେଶ୍ୟରେ ସରକାରୀ ବାଳିକା ମହାବିଦ୍ୟାଳୟ, ପୁରୀ ପରିସରରେ ଆସନ୍ତା ଡିସେମ୍ବର ୦୮ ତାରିଖ ଦିନ ନିଶୁକ୍ଲ ରକ୍ତ ପରୀକ୍ଷଣ CBC ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ସକାଳ ୧୦ଟା ୩୦ମି. ସମୟରେ ଶିବିର ଆୟୋଜନ ହେବ।