ଭଦ୍ରକ – ଭଦ୍ରକ ମାଟି ସାରସ୍ବତ ରସାଣିତ ସଂଗ୍ରାମ ଭୂମିର ମାଟି। ଏହା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ସଗର୍ବେ ଉଦ୍ଧ୍ର୍ବାୟିତ କରି ତୋଳି ଧରିଛି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୂଲ୍ୟରେ ଭଦ୍ରକ ସହର ନୂଆବଜାର ସ୍ଥିତ ଗାନ୍ଧି ପଡ଼ିଆ ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା’କୁ ଉଦ୍ଘାଟନ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍ଘାଟନ କରି କହିଥିଲେ େଯ ଜ୍ଞାନ ହó ସµି ଏବଂ ଏହିି ଜ୍ଞାନ ମୁଖ୍ୟତଃ ପୁସ୍ତକରୁ ମିଳିଥାଏ। ପୁସ୍ତକ ମଣିଷର ପ୍ରକୃତ ବନ୍ଧୁ। ଏଣୁ ଆମେ ସମସ୍ତେ ପୁସ୍ତକପ୍ରେମୀ ହେବା ବା‚ନୀୟ। ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ରୀ ପ୍ରଫୁଲ୍ଳ ସାମଲ ଭଦ୍ରକ ମାଟିର ଗୌରବ ଗାଥାକୁ ଭାବପୂର୍ଣ୍ଣ ଭାବେ ଉପସ୍ଥାପନ କରି କହିଥିଲେ େଯ େଯଉଁମାନେ ଭଦ୍ରକରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଧନ୍ୟ। ବିଶିଷ୍ଟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ େଯାଗ ଦେଇ କହିଲେ େଯ ସାଂସ୍କୃତିକ ମହୋତ୍ସବ ଓ ପୁସ୍ତକ ମେଳା ଏକ ମହାନ ପରµରା। ଏଣୁ ଭଦ୍ରକର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଜନସାଧାରଣ ଏକ ମନ ହୋଇ ଏହାକୁ ଆୟୋଜନ କରିବା ଆବଶ୍ୟକ ବୋଲି କହିଥିଲେ। ଅଧିବକ୍ତା ନିରାକାର ଜେନା, ସମାଜସେବୀ ଏସ୍.ଏମ୍. ଫାରୁକ, କବୟିତ୍ରୀ ଶାନ୍ତିଲତା ନାଗ, ରୋଟାରିଆନ ଶିଶିର କୁମାର ମିଶ୍ର, ଆଇନଜୀବୀ ତଥା ରୋଟାରିଆନ ଅତିଶ୍ କୁମାର ବେହେରା ସମ୍ମାନନୀୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ େଯାଗ ଦେଇଥିବା ବେଳେ ଇଂ ଅଭୟ ସୂତାର ଉଦ୍ଘାଟନୀ ଉତ୍ସବରେ ପୌରୋହିତ୍ୟ କରିଥିଲେ। ଅଧ୍ଯାପକ ନୀହାର ରଂଜନ କର ସ୍ବାଗତ ଭାଷଣ, ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ, ସଂପାଦକ ରବି ନାରାୟଣ ଖôଲାର ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଚୈତାଳି ଖôଲାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୀତିକବି ଇଂ ଗୋପାଳକୃଷ୍ଣ ଦାସଙ୍କ ଗୀତିକବିତା ସଂକଳନ ‘ଫଗୁଣର ହାତଧରି’ ଲୋକାର୍ପିତ ହୋଇଥିଲା।
Related Stories
January 9, 2025