
ଭୁବନେଶ୍ୱର, କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଅର୍ଚ୍ଚନା ନାଗ ଗଣମାଧ୍ୟମ ସାମନାରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ମୋ ଉପରେ କଣ ଆପଣଙ୍କ ରାଗ ଅଛି କି ।
ସେ କହିଛନ୍ତି ଯେ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ, ମୋତେ ୩୦ ମିନିଟ୍ ଦରକାର, ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି ।
ସେ କହିଛନ୍ତି ଯେ ଇଡି ଉପରେ ମୋର ବିଶ୍ୱାସ ଅଛି । ମୁଁ ତ ଇଡିକୁ ଅପେକ୍ଷା କରିଥିଲି । ତଦନ୍ତରେ ନିଶ୍ଚୟ ସହଯୋଗ କରିବି । ମୁଁ ଜାଣିପାରୁନି କିଏ ମୋତେ ଫସାଇଛନ୍ତି । ମୋର ପାଟିବନ୍ଦ କରି ଗିରଫ କଲା କମିସନରେଟ ପୁଲିସ । ମୁଁ କଣ ଆତଙ୍କବାଦୀ ଭଳି ଦେଖାଦେଉଛି ।
ସେ କହିଛନ୍ତି ଯେ ଆପଣଙ୍କ ମା’ ଭଉଣୀ ଭଳି ମୁଁ ଜଣେ ମହିଳା । ମୋ ସହ ଯାହା ବି ହୋଇଛି ତାହାର ତଦନ୍ତ ହେଉ । ଏହାସହ କମିସନରେଟ ପୁଲିସ ଉପରେ ମଧ୍ୟ ବର୍ଷିଛନ୍ତି ଅର୍ଚ୍ଚନା । କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି । ନେତା, ମନ୍ତ୍ରୀ କି ଆଉ କିଏ ଅଛନ୍ତି, ସବୁ ପ୍ରମାଣ କରିଦେବି । ମୋତେ ଫସାଇ ଦିଆଯାଇଛି, କାହାକୁ ଛାଡ଼ିବିନି ବୋଲି ସେ କହିଛନ୍ତି ।