ରାଉରକେଲା -ରାଉରକେଲା ଠାରେ ଥିବା ପାନପୋଷ ସ୍ପୋର୍ଟସ ହସ୍ଟେଲ ରେ ବିଗତ ୧୦ ବର୍ଷ ଭିତରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସ ସଂପାଦକ ରଶ୍ମୀ ରଂଜନ ପାଢୀ ।ସେ କହିଛନ୍ତି ଏହି କ୍ରୀଡା ଛାତ୍ରାବାସରେ ବର୍ତମାନ ୧୫୦ କ୍ରିଡାବିତ ରହୁଥିବା ବେଳେ ପ୍ରତି ବର୍ଷ ଏହା କମେ ଓ ବଢେ ।ପିଲାଙ୍କ ଲାଗି ପୋଷାକ, କ୍ରୀଡା ସାମଗ୍ରୀ, କଂଟିଜେନ୍ସି,ନେହେରୁ କପ,ଝିଅପିଲାଙ୍କ ଲାଗି କେତେକ ସାମର୍ଗ୍ର,ମେଂଟେନାନ୍ସ ଆଦି ବାବଦରେ ି କୋଟି କୋଟି ଟଙ୍କା ହରିଲୁଟ ହେଉଥିବା ଶୀ ପଡାଢୀ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ।ଏଭଳି ତଦନ୍ତ ର କାରଣ ସେ କହିଛନ୍ତି ୨୦୧୦-୧୧ ରୁ ୨୦୧୮-୧୯ ମଧ୍ୟରେ ଏହି ସବୁ ବାବଦରେ ଯେଉଁ ସବୁ ଖର୍ଚ୍ଚ କରାଯାଇଛି ତାହ ଭିତରେ ମାତ୍ର ଦୁଇ ରୁ ତିନ ଥର ଖୋଲା ଟେଣ୍ଡର ମାଧ୍ୟମରେ ଏସବୁ କରାଯାଇଛି । କିନ୍ତୁ ଅନ୍ୟସବୁ ବର୍ଷରେ ସରକାର ଦେଇଥିବା କୋଟୀ କୋଟୀ ଟଙ୍କାର ଖର୍ଚ୍ଚ କରାଯାଇ ଥିଲେ ବି ତାହା କେମିତି କେଉଁ ଉପାୟରେ କରାଯାଇଛି ତାହା ଖୋଦ ହସଟେଲ କର୍ତୁପକ୍ଷ ଜଣାଇ ନାହାନ୍ତି । ଆର ଟି ଆଇ ତଥ୍ୟ କହୁଛି କର୍ମଚାରୀ ଦରମା ବାବଦରେ ୧୭୧୯୬୭୨୭,େଓଜ ସାଲାରୀ ଲାଗି ୫୫୭୭୭୧୭, ବିଜୁଳି ବିଲ ବାବଦରେ ୫୯୦୯୧୪୮,ଟେଲିଫୋନ ବାବଦରେ ୮୧୪୫୫କଂଟିଜେନ୍ସି ବାବଦରେ ୪୩୭୧୮୪୫, ଆର ସି ଏମ ବାବଦରେ ୧୭୫୦୦,ମେଟେନାନ୍ସ ବାବଦରେ ୫୬ ୧୯୨୦,ଝିଅପିଲାଙ୍କ ଲାଗି ଟଇଲେଟାରୀ ଖର୍ଚ୍ଚ ୯୧୬୬୦୦,ଖେଳ ସାମଗ୍ରୀ ଲାଗି ୯୪୧୫୩୨୩,ନେହେରୁ ହକୀ ଲାଗି ୨୩୯୧୩୭୫ ଟଙ୍କା ଆସିଥିଲେ ବି ଏସବୁ ର ଖର୍ଚ୍ଚ ସଠିକ ଭାବରେ କରାଯାଇନାହିଁ ।ପିଲାମାନଙ୍କୁ ଟଇଲେଟାରୀ ଖର୍ଚ୍ଚ ଆଦୌ ଦିଆ ଯାଉନଥିବା ବେଳେ ଏହା ଦିଆ୍ୟାଉଥିବା କହିବାକୁ ବାଧ୍ୟ କରାଯାଉଛଥବାର ଖବର ମିଳିଛି ।ସେହି ଭଳି ମେଟେଂନାନ୍ସ ଲାଗି ପୁର୍ତ ବିଭାଗ ରହିଥିବା ବେଳେ ଏଠାରେ କାହା ଲାଗି ଏଭଳି ମେଟେଂନାନ୍ସ କରି ଏତେ ଖର୍ଚ୍ଚ କରାଯାଇଛି ତାହାର ତଥ୍ୟ ଦିଆଯାଉ ନାହିଁ । ନେହେରୁ ହକି ଠାରୁ ଖେଳ ସାମଗ୍ରୀ କିଣା ବାବଦରେ କୋଟୀ କୋଟୀ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହେଉଛି ।ବଡ କଥା ହେଲା କୋଟୀ କୋଟୀ ଟଙ୍କାର ଖେଳ ସାମଗ୍ରୀ କିଣା ୍ୟାଇଛି ହେଲେ, ତାହାର ଟେଣ୍ଡର କରାଯାଇ ନାହିଁ । ନେହେରୁ କପରେ ହେଉଥିବା କାର୍ଯ୍ୟକ୍ରମ ସେଭଳି ଆଖିଦୃଶିଆ ହେଉନଥିଲେ ବି ଅନେକ ଅର୍ଥ ଖର୍ଚ୍ଚ ହୋଇଛି । ସବୁଠାରୁ ବଡ କଥା ହେଲା ଏଠାରେ ରହୁଥିବା ପିଲା ମାନଙ୍କର ଖାଦ୍ୟ ବାବଦରେ କେତେ ଖର୍ଚ୍ଚ ହେଉଛି ତାହା ଆର ଟି ଆଇ ତଥ୍ୟ ରେ ଜଣାଗଲା ନାହିଁ । ଖବରରୁ ଜଣା ପଡିଛି ପ୍ରତି ପିଲା ଲାଗି ଏଠାରେ ପ୍ରତି ଦିନ ୩୦୦ ଟଙ୍କା ସରକାର ଦେଉଛନ୍ତି । କିନ୍ତୁ ଏଥିଲାଗି ଖାଦ୍ୟ ସାମଗ୍ରୀ ଯୋଗାଉଛି କିଏ,କେଉଁ ରେଟରେ ଯୋଗାଉଛି କଣ ସବୁ ଯୋଗାଉଛି ତାର ଟେଣ୍ଡର ହେଉଛି କି ନାହିଁ ସେ ସବୁର କୌଣସି ତଥ୍ୟ ଦିଆଗଲା ନାହିଁ । ଏବାବଦରେ ଅଧାରୁ ଅଧିକ ଅର୍ଥ ହରିଲୁଟ କରାଯାଇ ବିଭିନ୍ନ ସ୍ୱେଛା ସେବୀ ମାନଙ୍କୁ ସାମିଲ କରାଯାଇ ପିଲାଙ୍କୁ ଦୟାର ପାତ୍ର କରି ରଖା ଯାଇଥିବା ଖବର ମିଳିଛି ।ଏହି ଜିଲ୍ଲାରେ ହକି ର ଏନ୍ତୁଡି ଶାଳ ହେଉଛି ଏହି ସ୍ଥାନ ।କାରଣ ହକି ତାରକା ଦିଲୀପଙ୍କ ଠାରୁ ଆଜି ଯେଉଁମାବଙ୍କୁ ଆମେ ଦେଖୁଛେ ସେମାନେ ଏହି ଠାରୁ ଜନ୍ମ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମାନେ ଏଠାକାର ମୁଖ୍ୟ ଦାୟିତ୍ୱରେ ରହିଥାନ୍ତି ।ଅନେକ ଆଇ ଏ ଏସ ଏଠାରେ କାମ କରି ଯାଇଛନ୍ତି ।କିନ୍ତୁ ଏଠିକାର ସରକାରୀ କାମ ସବୁ କିଛି ବେସରକାରୀ ଭାବେ ହୋଇଥିବା ଶ୍ରୀ ପାଢୀ ଅଭିଯୋଗ କରିଛନ୍ତି । ବର୍ତମାନ ଏହି କ୍ରିଡା ବାସର ଦାୟିତ୍ୱରେ ଥିବା ବାବୁ ଅନେକ ସମୟରେ ବେଆଇନ କାମ କରିବା ଅଭିଯୋଗ ରେ ଏଠାରୁ ବଦଳି ହୋଇଛନ୍ତି ।ପୁଣି ତାଙ୍କୁ ଏଠାକୁ କେଉଁ ବାବୁ କେଉଁ ମହତ ଉଦେଶ୍ୟରେ ବଦଳି କରି ଆଣୁଛନ୍ତି ତାହା ମଧ୍ୟ ତଦନ୍ତ ପରିସର କରାଯିବାକୁ ଶ୍ରୀ ପାଢୀ ଦାବି କରିଛନ୍ତି ।