ମାଲକାନଗିରି – ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପେଟା ଗ୍ରାମରେ ଚାଲିଥିବା ଗ୍ରାନାଇଟ ଖଣି ଲିଜ ଧାରୀଙ୍କୁ କିଛି ବ୍ୟକ୍ତି ମାଓବାଦୀ ର ପରିଚୟ ଦେଇ ୫0ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଯଦି ଟଙ୍କା ନ ଦିଆଯାଏ ତେବେ ସମ୍ପୃକ୍ତ ଖଣି କୁ ବମରେ ଉଡାଇ ଦେବାକୁ ଧମକ ଦେଇଥିଲେ । ତେବେ ଏହାପରେ ସମ୍ପୃକ୍ତ ଖଣି ଲିଜ ଧାରୀ ବେଣୁ ଗୋପାଳ ରାଓ ମୋଟୁ ଥାନାରେ ଏକ ଏତଲା ଦେବା ପରେ ମୋଟୁ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ କରିଛି । ଏମାନେ ନକଲି ମାଓବାଦୀ ବୋଲି ଜଣା ପଡିଥିବା ବେଳେ ଗିରଫ ବ୍ୟକ୍ତି ମାନେ ମାଲକାନଗିରି ଜିଲ୍ଲାର ମୋଟୁ ଏବଂ ଆନ୍ଧ୍ରପ୍ରଦେଶ ର ବୋଲି ଜଣା ପଡ଼ିଛି ।
Related Stories
December 29, 2024