
ବ୍ରହ୍ମପୁର- ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ହାସଲ କରିଥିବା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନପୂର ବେଳାଭୂମି ରେ ଇକୋ ରିଟ୍ରିଟ କୁ ଗୁରୁବାର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ରାଜ୍ୟ ର ସାତ ଟି ମଧ୍ୟ ରୁ ଏହାକୁ ଭିଡିଓ କନଫରନ୍ସ ମାଧ୍ୟମ ରେ ଉଦଘାଟନ କରି ଏହା ଆନ୍ଧ୍ର ଏବଂ ଓଡ଼ିଶା ସୀମା ରେ ଥିବା ଫଳ ରେ ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ବୋଲି କହି ପର୍ଯଟନ ଅବଧି ର ବୃଦ୍ଧି ରେ ସହାୟକ ହୋଇ ମନୋରଞ୍ଜନ, ନିଯୁକ୍ତି ର ହବ ପାଲୋଟିବ ବୋଲି କହିଛନ୍ତି। ଏତଦ୍ ବ୍ୟତୀତ ଏହି ବେଳାଭୂମି ସମ୍ବେଦନଶୀଳ ପରିବେଶ ଅନ୍ଵେଷଣ ର ଗନ୍ତବ୍ୟ ସ୍ଥଳ ହୋଇପାରିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ପର୍ଯଟନ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ଵ ନେଇଥିବା ବେଳେ ହାଇପ୍ରୋଫେଲ୍ ବ୍ୟବସ୍ଥା କୁ ଏଥିରେ ସାମିଲ କରାଯାଇଛି।
ଏହି କାର୍ଯକ୍ରମ ରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ dr ଶ୍ରାବଣ ବିବେକ, ଡି ଆର୍ ଡି ଏ ପି ଡି କୀର୍ତ୍ତି ଭାସନ୍, ଉପଜିଲ୍ଲାପାଳ କୁଳମଣି ଆଶୁତୋଷ, ଡି ଏଫ୍ ଓ ଅମ୍ଳାନ ନାୟକ, ଜିଲ୍ଲା ପର୍ଯଟନ ଜଏଣ୍ଟ ଡାଇରେକ୍ଟର ରତିକାନ୍ତ ପଟ୍ଟନାୟକ, ସ୍ଥାନୀୟ ତହସିଲଦାର ବିଶ୍ଵରଞ୍ଜନ କହଁର, ବିଡ଼ିଓ ହଳଧର ଶବର ପ୍ରମୁଖ ସାମିଲ ଥିଲେ। ଅସ୍ଥାୟୀ ଭାବେ ଏହା ଆସନ୍ତା ଫେବୃଆରୀ ଶେଷ ପର୍ଯ୍ୟନ୍ତ ଜଙ୍ଗଲ ବିଭାଗ ର ଅନୁମତି ଅନୁଯାୟୀ ଅତି ଉଚ୍ଚ ମାନର 5ଟି ପ୍ରିମିୟମ ଓ 20 ଟି ଡିଲକ୍ସ ତମ୍ବୁ କରାଯାଇଛି। ବିଳାସମୁକଳ ଏହି ଇକୋ ରିଟ୍ରିଟ ରେ ଶୀତତାପ ନିୟନ୍ତ୍ରଣ ରେଷ୍ଟୁରାଣ୍ଟ, ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ପର୍ଯଟନ ବିଭାଗ ସୂଚନା ଦେଇଛି। ଅନ୍ୟ ପକ୍ଷରେ ମାତ୍ରାଧିକ ଖର୍ଚ୍ଚ ଯୋଗୁଁ ସ୍ଥାନୀୟ ପର୍ଯଟନ ମାନେ ଏ ସୁବିଧା ରୁ ବଞ୍ଚିତ ରହିବେ। ତଥାପି ବେଳାଭୁମି ପରିଦର୍ଶନ ପରେ ଚିକିଟି ଧାନଘର ନିକଟରେ ରହିଥିବା ସୁଉଚ୍ଚ ପାହାଡ ରେ ଲବ୍ଧ ପ୍ରତିଷ୍ଠିତ ମା ବାଳକୁମାରୀ ଙ୍କ ପିଠ ଦର୍ଶନ ର ସୁବିଧା ନେଇପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO