କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ବୋଉ କେବଳ ଶିହରିତ ଶଦ୍ଦ ନୁହେଁ।ସ୍ବର୍ଗାଲୋକର ଅସମାପ୍ତ ଆକାଶ ଠାରୁ ପ୍ରସାରିତ ପାତାଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ପରିକ୍ରମା ର ଏକ ତୃଷିତ ତୀର୍ଥଭୁଇଁ, ମୁଠାଏ ମୋକ୍ଷ। ଏଣୁ ପ୍ରତିଟି ସନ୍ତାନ, ବୋଉ ପାଖରେ ମୃତ୍ୟୁ ଯାଏଁ ପିଲାଟିଏ।ଏ କଥା କହିଛନ୍ତି ଡକ୍ଟର ବଳରାମ ଦାସ।ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ନିର୍ବିକଳ୍ପ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ସଂପାଦକ ଇଂ.ମୀନକେତନ ମିଶ୍ରଙ୍କ କବିତା ସଂକଳନ”ବୋଉ ତ କେବଳ ବୋଉ”ଉନ୍ମୋଚନ ହୋଇଛି। ପଲ୍ଲୀ ପ୍ରାଣ ଆର୍ତ୍ତତ୍ରାଣ ମାନସିଂହଙ୍କ ସଭାପତିତ୍ବରେ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ସ୍ବାଇଁ, ସମ୍ମାନିତ ଅତିଥିଭାବେ ପ୍ରତିମା ମିଶ୍ର ଓ ମାନସ ରଞ୍ଜନ ମହାପାତ୍ର ଯୋଗ ଦେଇଥିବା ବେଳେ, ସନ୍ୟାସୀ ନାୟକ ଓ ଶ୍ୟାମପ୍ରକାଶ ସେନାପତିଙ୍କ ସଂଯୋଜନା ରେ ବୋଉ କୁ ନେଇ ଆୟୋଜିତ କବିତା ଆସରରେ ବଦ୍ରି ମିଶ୍ର,ମଂଜୁଶ୍ରୀ ମିଶ୍ର, ସତ୍ୟ ମିଶ୍ର,ମାନସ ରଂଜନ ମହାପାତ୍ର, କ୍ରୀଷ୍ଣା ମହାପାତ୍ର,ବିଜୟ ପଣ୍ଡା, ବାଳକୃଷ୍ଣ ବେହେରା,ପ୍ରମୋଦା ଦେବୀ, ଡକ୍ଟର ଲକ୍ଷ୍ମୀଧର ଦାଶ, କଳ୍ପନା ମିଶ୍ର, ମହେନ୍ଦ୍ର ଦାଶ, ଯୋଗେଶ୍ଵର ପ୍ରହରାଜ,ଆଶାଲତା ପ୍ରଧାନ ଓ ପ୍ରଭାତ ରଥ କବିତାପାଠ କରିଥିଲେ।
Related Stories
November 25, 2024