ଖଲ୍ଲିକୋଟ : ପବିତ୍ର ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଉପଲକ୍ଷେ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ର ରେ ଶ୍ରୀ ଜୀଉ ମାନଙ୍କୁ ବଳି ବାମନ ବେଶ ରେ ସଜ୍ଜିତ କରାଯାଇଛି | ବେଶ ଦେଖିବା ପାଇଁ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଛି | ସେହିପରି ମନ୍ଦିର ପରିସରରେ ଦୀର୍ଘ ୪ ଦିନ ବ୍ୟାପି ଭାଗବତ ସପ୍ତାହ ଅନୁଷ୍ଠିତ ହେଉଛି | ଉକ୍ତ ଆଧ୍ୟାତ୍ମିକ ସମାବେଶ ରେ ବୋହୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ଭାଗବତ ଶ୍ରବଣ କରୁଥିବା ଦେଖିବାକୁ ମିଳୁଛି | ତେବେ ଖଲ୍ଲିକୋଟ ସହର ର କେତେକ ଉଦ୍ୟୋଗୀ ଯୁବକ ବର୍ଷ ତମାମ ଶ୍ରୀଜିଉ ମାନଙ୍କୁ ବିଭିର୍ନ ବେଶ ରେ ସଜାଇ ଭକ୍ତ ମାନଙ୍କୁ ଆପ୍ୟାୟିତ କରୁଥିବା ଦେଖିବାକୁ ମିଳିଛି |