
ଭୁବନେଶ୍ୱର : ୧୯୮୮ ମୋଟର ଯାନ ଆଇନ୍ ସଂଶୋଧିତ ହୋଇ ନୂଆ ଆଇନ୍ ଭାବରେ ସେପ୍ଟେମ୍ବର ୧ ତାରିଖରୁ ସମଗ୍ର ଦେଶରେ ଲାଗୁ କରାଯାଇଛି । ପଶ୍ଚିମ ବଙ୍ଗଳା, ମଧ୍ୟପ୍ରଦେଶ, ଗୁଜୁରାଟ ଓ ରାଜସ୍ଥାନ ଭଳି ବଡ଼ ବଡ଼ ରାଜ୍ୟ ଏହାକୁ ଲାଗୁ କରିନଥିଲା ବେଳେ ଓଡ଼ିଶା ସରକାର ଏବଂ ରାଜ୍ୟର ପୋଲିସ୍ ବାହିନୀ ଦ୍ୱିଗୁଣିତ ଉତ୍ସାହ ସହକାରେ ଏହାକୁଅତି କଡ଼ାକଡ଼ି ଭାବରେ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କଲେ ଯାହାଫଳରେ ସମଗ୍ର ରାଜ୍ୟରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହେଲା । ମୋ ସରକାର ଲୋକଙ୍କ ପାଇଁ କହୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶାସନକାଳ ସମୟରେ ପୋଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଜନାକ୍ରୋଶର ରୂପ ନେଲା ଯାହାର ଫଳସ୍ୱରୂପ ଖୋଦ୍ ରାଜଧାନୀର କେନ୍ଦ୍ରସ୍ଥଳୀ ରାଜମହଲ ଛକରେ ପୋଲିସ୍ ଜନତାର ଖଣ୍ଡଯଦ୍ଧ ଜନ ବିସ୍ଫୋରଣର ଅନ୍ୟତମ ପ୍ରତିଫଳନ । ବିରୋଧୀ ଦଳମାନଙ୍କର ଏହା ପୂର୍ବରୁ ବାରମ୍ବାର ଦାବି ସତ୍ତେ୍ୱ ବାଧ୍ୟ ହୋଇ ସାଧାରଣ ଜନତା ରାଜମହଲ ଛକରେ ଆଇନ୍କୁ ନିଜ ହାତକୁ ନେଲେ । ଏହି ଜନ ବିସ୍ଫୋରଣକୁ ଆଖି ଆଗରେ ରଖି ଏବଂ ଏହାର ପ୍ରତିକୂଳ ପ୍ରଭାବ ଆଗାମୀ ମ୍ୟୁନିସିପାଲିଟ୍ ନିର୍ବାଚନରେ ପଡ଼ିବ ତାହାକୁ ଆଖି ଆଗରେ ରଖି ଏହି ଆଇନ୍ର କାର୍ଯ୍ୟକାରିତାକୁ ୩ ମାସ ପାଇଁ ସ୍ଥଗିତ ରଖିଛନ୍ତି ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏବେ ବିଜେପି ଶାସିତ ଗୁଜୁରାଟ ସରକାର କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ୍କୁ ସଂଶୋଧିତ କରି ନିଜ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି । ଅନେକ ଜାଗାରେ ଆଇନ୍ ଉଲଂଘନକାରୀଙ୍କ ପାଇଁ ଗୁଜୁରାଟ ସରକାର ଜୋରିମାନାକୁ କମେଇ ଦେଇଛନ୍ତି ।
ଗୁଜୁରାଟକୁ ଅନୁସରଣ କରି ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଓଡ଼ିଶା ସରକାର ତୁରନ୍ତ ଏହି ଜନବିରୋଧୀ ଆଇନ୍ରେ ଥିବା ଜୋରିମାନାଗୁଡ଼ିକୁ କମ୍ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରଜ୍ୟ କମିଟି ସଭାପତି ଶ୍ରୀ ରବି ବେହେରା ଦାବି କରିଛନ୍ତି । ଏଠାରେ ଉଲ୍ଲେଖଥାଉକି ଗୁଜୁରାଟ ସରକାର ହେଲ୍ମେଟ୍ ପିନ୍ଧିନଥିଲେ ଜୋରିମାନାକୁ ୧୦୦୦ଟଙ୍କାରୁ କମାଇ ଦେଇ ୫୦୦ଟଙ୍କା କରିଛନ୍ତି । ସେହିଭଳି ସିଟ୍ ବେଲ୍ଟ ବାନ୍ଧିନଥିଲେ ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଦୁଇଚକିଆ ଯାନର •ଳକମାନଙ୍କୁ ୫୦୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ଏବଂ ଅନ୍ୟ ତିନିଚକିଆ ଓ •ରିଚକିଆ ଯାନ ପାଇଁ ୩୦୦୦ ଟଙ୍କା ଜୋରିମାନା ନିର୍ଦ୍ଧାରି କରାଯାଇଛି । ବାଇକ୍ରେ ୩ ଜଣ ବସି ଯାଉଥିଲେ ୧୦୦୦ ଟଙ୍କା ବଦଳରେ ଉଲଂଘନକାରୀଙ୍କ ପାଇଁ ୧୦୦ ଟଙ୍କା ଏବଂ ପ୍ରଦୂଷଣ ପାଇଁ ଆଇନ୍ରେ ଯେଉଁ ଜୋରିମାନା ୧୦୦୦୦ ଟଙ୍କା ଥିଲା ତାହାକୁ ଦୁଇଚିଆ ଯାନ ପାଇଁ ୧୦୦୦ ଟଙ୍କା ଏବଂ ଅନ୍ୟ ଯାନମାନଙ୍କ ପାଇଁ ଏହାକୁ ୩୦୦୦ ଟଙ୍କା ଗୁଜୁରାଟ ସରକାରଙ୍କ ସଂଶୋଧିତ ନିୟମବଳରେ ଧାର୍ଯ୍ୟ କରାଯାଇଛି । ତେଣୁ ଓଡ଼ିଶା ସରକାର ଗୁଜୁରାଟ ମଡ଼େଲକୁ ଆପଣାଇ ରାଜ୍ୟବାସୀଙ୍କର ବୃହତ୍ର ସ୍ୱାର୍ଥ ଦୃଷ୍ଟିରୁ ଜୋରିମାନାକୁ କମ୍ କରି ୩ ମାସ ପରେ ଲାଗୁ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଏକ ପ୍ରତିନିଧି ଦଳ ଗୁଜୁରାଟ ଯାଇ ଏହି ସମୟ ମଧ୍ୟରେ ତାଙ୍କର ସଂଶୋଧିତ ନିୟମକୁ ଗଭୀର ଭାବରେ ଅନୁଧ୍ୟାନ କରି ଓଡ଼ିଶାରେ ଲାଗୁ କରିବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।