ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ନେଇ ଦୃଢ଼ ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ କୋର୍ଟ । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମ କୋର୍ଟ । କାର୍ଯ୍ୟରେ ଯୋଗ ନା ଦେବା ଯାଏ ଆନ୍ଦୋଳନରତ ଆଇନଜୀବୀଙ୍କୁ ସସ୍ପେଣ୍ଡ ରହିବେ । ଏହାସହ ଲାଇସେନ୍ସ ବାତିଲ୍ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଡିସେମ୍ବର ୧୨ ତାରିଖରେ ମାମଲାର ପରବର୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ନ୍ୟାୟିକ ଅଧିକାରକୁ ହନନ ନକରିବା ନେଇ ଓକିଲ ଆନ୍ଦୋଳନ ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ ।
Related Stories
November 23, 2024