ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମପଞ୍ଚାୟତ ସ୍ଥିତ କୁଶୁର୍ଲା ଗ୍ରାମର କୁମ୍ଭକାର ସମାଜର ମିଳିତ ଆନୁକୁଲ୍ୟରେ କୁରାଳ ପଞ୍ଚମୀ ପର୍ବ ଉପଲକ୍ଷେ ଏବଂ କୁରାଲ ପଞ୍ଚମୀ କମିଟି ତରଫରୁ ତ୍ରୀଦିନାତ୍ମକ କୁରାଳ ପୁରାଣ ପାରାୟଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତା ୨୭/୧୧/୨୦୨୨ରିଖ ରବିବାର ଅପରାହ୍ନ ୪ଟା ସମୟରେ ନିକଟସ୍ଥ ଜୋରରୁ ମଙ୍ଗଳବାର ଶତାଧିକ କୁମ୍ଭକାର ସମାଜର ପୁରୁଷ ଓ ମହିଳାମାନେ ଘଣ୍ଟ , ଶଙ୍ଖ, ହରିବୋଲ, ହୁଳହୁଳି ଓ ସଂକୀର୍ତନର ତାଳେତାଳେ ମହା କଳସଯାତ୍ରା ସହିତ ଅଧିବାସ କର୍ମ ଆୟୋଜିତ ହୋଇଥିଲା ।୨୮ ତାରିଖ ସୋମବାର ଦିନ ସକାଳୁ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ପରେ କୁରାଳ ପୁରାଣ ପାରାୟଣ ଆରମ୍ଭ ହୋଇଥିଲା ।
ସଭାପତି ମୋହନ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିବ ଶଙ୍କର ମିଶ୍ର ପୂଜକ ଭାବରେ ପୂଜାର୍ଚ୍ଚନା କରୁଥିବା ବେଳେ ଟିକ୍ନୁ ରଣା ଓ ତାଙ୍କ ସହଧର୍ମୀଣି ଶ୍ରୀମତୀ ପୁତ୍ନୀ ରଣା କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି ।ବଲାଙ୍ଗୀର ଜିଲ୍ଲା ପାଟଣାଗଡ(ଦେଉଳଗାଁ)ର ପପୁନ କୁମାର ପଣ୍ଡା ବ୍ୟାସ ଭାବରେ ଯୋଗଦେଇ କୁରାଳ ପୁରାଣ ପାରାୟଣ ପଠନ କରୁଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଲମ୍ବୋ ରଣା, ଅମୃତ ରଣା, ଶଙ୍କର ରଣା, ସୁଲୋଚନା ରଣା, ଭୂଜନ ରଣା, ପ୍ରମିଳା ରଣା, ବିବଚ୍ଛ ରଣା ଓ ବିଳାସ ରଣା, ସୁଗ୍ରେ ରଣା ଓ ସପୁରୀ ରଣା, ଚଏତୁ ରଣା ଓ ଭୂମି ରଣା, ବିଦ୍ୟା ରଣା ଓ ବନିତା ରଣା ସପ୍ତରୁଷି ଭାବରେ ଦାୟିତ୍ଵ ନିର୍ବାହ କରୁଛନ୍ତି । କମିଟିର ସଭାପତି ରୁଦ୍ର ରଣା, ସଂପାଦକ ଦୁର୍ଯ୍ୟ ରଣା, ଛବି ରଣା, ଯୁବରାଜ ରଣା ତଥା କମିଟିର ସମସ୍ତ କର୍ମକର୍ତ୍ତା ଓ କୁମ୍ଭକାର ସମାଜ କୁଶୁର୍ଲାର ସମସ୍ତ ସଦସ୍ୟ ସହଯୋଗ କରୁଥିବାବେଳେ ଗ୍ରାମ ତଥା ଅଞ୍ଚଳର ଶତାଧିକ ଭକ୍ତ ଉପସ୍ଥିତ ରହି ପାରାୟଣରେ ହରିନାମାରସାମୃତ ପାନ କରୁଛନ୍ତି ।