ପୁରୀ, ଶ୍ରୀମନ୍ଦିରରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ଏଣିକି ଆଉ ମନ୍ଦିର ଭିତରକୁ ସ୍ମାର୍ଟଫୋନ ନେଇପାରିବେ ନାହିଁ ବୋଲି ପୁରୀ ଏସପି କନୱର ବିଶାଲ ସିଂ ନିର୍ଦ୍ଦେଶ ଜାରୀ କରିଛନ୍ତି ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ହୋମଗାର୍ଡ଼, ଓଏସଏପି, ଯବାନଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଏନେଇ ବାରଣ କରାଯାଇଛି । ବିଶେଷ କରି ସାମାଜିକ ଗଣମାଧ୍ୟମରେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ, ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କେବେଳ ବିଶେଷ କାର୍ଯ୍ୟରେ ନିୟୋଜିତ ଓ ଆପଦକାଳୀନ ସେବାରେ ନିଯୁକ୍ତ ଥିବା କିଛି ପୋଲିସ ଅଧିକାରୀ ଜରୁରୀକାଳୀନ ଭାବେ ସ୍ମାର୍ଟ ଫୋନ୍ ନେଇପାରିବେ ।