ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଡିପିଓ଼ କାର୍ଯ୍ୟାଳୟ ଠାରେ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ଆସୋସିଏସନ ତରଫରୁ ଆଠ ଦଫା ଦାବି ନେଇ ଆନ୍ଦୋଳନ, ପ୍ରତିବାଦ ସଭା ଜାରୀ ରହିଛି। କର୍ମୀ ମାନେ୨୧ ତାରିଖରୁ ବିଧାନସଭା ସମ୍ମୁଖରେ ବିରାଟ ରେଲି, କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରୁଥିବା ପ୍ରକାଶ। ସେହିଭଳି ଭବାନୀପାଟଣାରେ ମଧ୍ୟ ପ୍ରତିବାଦ ସଭା କରୁଛନ୍ତି। ଅଙ୍ଗନବାଡିଙ୍କ ପ୍ରମୁଖ ଦାବି ମଧ୍ୟରେ ପ୍ରତି ଅଙ୍ଗନବାଡି ଓ଼ ସହାୟିକାଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, କର୍ମୀ ମାନଙ୍କୁ ଅବସରରେ ଏକ କାଳୀନ ପାଞ୍ଚ ଲକ୍ଷ ସହ ମାସିକ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିବା, କାର୍ଯ୍ୟରତ କର୍ମୀ ମୃତ୍ୟୁ ବରଣ କଲେ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ ସହ ପରିବାରରୁ ଜଣକୁ ଚାକିରୀ ପ୍ରଦାନ କରିବା ଏବଂ ମିନି ଅଙ୍ଗନୱାଡି କେନ୍ଦ୍ରକୁ ମୁଖ୍ୟ କେନ୍ଦ୍ର କରିବା, ୨୦୧୮ ରେ ଆନ୍ଦୋଳନ କରିଥିବା ୬ ଜଣ କର୍ମୀଙ୍କୁ ବହିଷ୍କାର କରିଥିବା କର୍ମୀଙ୍କୁ ପୁନଃ ନିଯୁକ୍ତି କରିବା ଇତ୍ୟାଦି ଆଠ ଗୋଟି ଦାବି ସରକାରଙ୍କୁ ଦେଇଥିବା ପ୍ରକାଶ। ସରକାର ଏହି ଦାବିକୁ ସହୃଦୟତାର ସହ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି, ସରକାର କମସେକମ ସର୍ବ ନିମ୍ନ ମାସିକ ଦରମା ଅଠର ହଜାର ଟଙ୍କା ଅଙ୍ଗନବାଡି କର୍ମୀଙ୍କୁ ଓ଼ ନଅ ହଜାର ଟଙ୍କା ସହାୟିକାଙ୍କୁ ପ୍ରଦାନ କରିବାକୁ ପ୍ରମୁଖ ଦାବି କରିଛନ୍ତି, ଦାବି ପୂରଣ ନ ହେବା ଯାଏ ଏହିପରି ଆନ୍ଦୋଳନ, ପ୍ରତିବାଦ ଅନିର୍ଦିଷ୍ଟ କାଳ ଆନ୍ଦୋଳନ କରିବାକୁ କର୍ମୀ ମାନେ ଚେତାବନୀ ଦେଇଛନ୍ତି। ସରକାର କେବେ ଏମାନଙ୍କ ଦାବି ପୂରଣ କରିବେ ଏବଂ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ଚାଲୁ କରିବେ ତାହା ଦେଖିବାକୁ ବାକି ରହିଲା।