କଟକ/କେନ୍ଦ୍ରାପଡ଼ା,କେନ୍ଦ୍ରାପଡ଼ାରେ ବାଣଫୁଟି ଆହତ ୪୦ ଜଣଙ୍କ ମଧ୍ୟରୁ ଗୁରୁତର ୩୪ ଜଣଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ୩ ମହିଳା, ୨ ଶିଶୁ ଏବଂ ଅନ୍ୟ ୨୯ ଜଣ । ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ବିସ୍ଫୋରଣରେ ଆହତ ୬ ଜଣ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଗତକାଲି ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅର୍ନ୍ତଗତ ବାଲିଆ ବଜାରରେ କାର୍ତିକେଶ୍ଵର ଭସାଣ ବେଳେ ବାଣଫୁଟି ଏହି ବିସ୍ଫୋରଣ ଘଟିଥିଲା ।