
ରାଉରକେଲା,ରାଉରକେଲା ସହରରେ ବିଗତ ଦିନ ଗୁଡିକରେ କିଛି ଏଡିଏମ ପଲିଥିନ ବ୍ୟବହାରକୁ ରୋକିବା ଲାଗି କିଛି ପ୍ରଶାସକ ଯୋରଦାର ଉଦ୍ୟମ କରିଥିଲେ, ବାରମ୍ବାର ଯାଂଚ ଦ୍ଵାରା ଓ ଜରିମାନା କରିବା ଦ୍ଵାରା ଦୋକାନୀ ମାନେ ସଚେତନ ହୋଇ ପ୍ରାୟ ୮୦ ଭାଗ ଏହାର ବ୍ୟବହାର ବନ୍ଦ ହୋଇଯାଇଥିଲା । ହେଲେ ମୂଳଯାଗାକୁ ଆରଏମସି ଓ ପ୍ରଶାସକ ମାନେ ଦୃଷ୍ଟି ନଦେବାରୁ ବିଗତ ୧ ବର୍ଷ ଧରି ପୁଣି ପଲିଥିନ ବଜାରରେ ହାଉଯାଉ ହେଉଛି । ଲୋକେ କେତେ ପରିମାଣରେ ଏହାକୁ ବ୍ୟବହାର କରୁଛନ୍ତି ତାହାର ପ୍ରମାଣ ଆରଏମସି ଅଳିଆ ବୁହା ଗାଡିରୁ ମିଳିଜିବ । ତେବେ ଏହି ପଲିଥିନ ବ୍ୟବହାର ପ୍ରାୟ ପରିବା ଦୋକାନ, ହାଟ, ଫଳ ଦୋକାନ, ରେସନ ଦୋକାନ, କ୍ଷୀର ଦୋକାନ, ମାଛ ମାଂସ ଦୋକାନ , ଫାଷ୍ଟଫୁଡ ଦୋକାନ ଆଦିରେ ହୋଇଥାଏ । ତେବେ ଏହାର ଯାଂଚ ଦିର୍ଘଦିନ ଧରିବନ୍ଦ କରିଦେବା ଦ୍ଵାରା ଏବେ ପଲିଥିନ ବ୍ୟବହାର ଶୀର୍ଷ ସ୍ଥାନରେ ପହଁଚିଛି । ତେବେ ଆରଏମସି ଯାଂଚକାରୀ ଦଳ କେବଳ କିଛି ବଜାର ପାନ ଦୋକାନ ବୁଲି ତାଙ୍କ ଫଟୋ ଉଠାଇ ଦେଇ କିଛି ଯାଗାରେ ଫାଇନ କରିଦେଇ ନିଜ କାମ ସାରିଦେଉଥିବା ବେଳେ ଏହାର ଉତ୍ପାଦନ ସ୍ଥାନ ଓ ହୋଲସେଲ ଗୁଡିକ ଉପରେ ନଜର ଦିଆଯାଉ ନଥିବାରୁ ପଲିଥିନ ବ୍ୟବହାର ବଢିଚାଲିଛି ଓ ବନ୍ଦ ହେବାର ନାଁ ନେଉନାହିଁ । ଏଭଳି ଦିନେ ଅଧେ ଯାଂଚ କରିବା ଓ କାରଖାନା ତଥା ହୋଲସେଲକୁ ବନ୍ଦ ନକରିବା ପଲିଥିନ ବିରୋଧୀ ଅଭିଯାନ କେବଳ ନାମକୁ ମାତ୍ର ବୋଲି ସାଧାରଣରେ ଆଲୋଚନା ହେଉଛି ।