ଭଦ୍ରକ- ଏହି ସମାଜରେ ଜଣେ କଳାକାର ସମୟଚକ୍ରରେ ପ୍ରାଚୁର୍ଯ୍ୟର ପାହାଡ ଚଢିପାରେ। ପୁଣି ଭାଗ୍ୟଦୋଷରୁ ଅସହ୍ୟ ଯନ୍ରଣା ଭିତରେ ନିଜର କଳାକୁ ଛାଡିନପାରିଲେ ବି ଅଭାବବୋଧ ଭିତରେ ସନ୍ତୁଳିତ ହେଉଥାଏ। ଏମିତି ଏକ ସମର୍ପିତ କଳାକାର ହେଉଛନ୍ତି ୭୫ ବର୍ଷର ବୃଦ୍ଧ ଚିତ୍ରଶିଳ୍ପୀ ନାରାୟଣ ଚନ୍ଦ୍ର ସେନାପତି। ଦୀର୍ଘ କଳାକାର ଜୀବନ ଭିତରେ ସେ େଯଉଁ ସଂଘର୍ଷର ପଥ ଅତିକ୍ରମ କରି କେତେେଯ ଦୁଃଖଦ ଅଧ୍ଯାୟକୁ ପଛରେ ଛାଡି ଆସିଛନ୍ତି, ତାହା ତାଙ୍କ ନିଜ ମୁହଁରୁ ଶୁଣିବାକୁ ମିଳେ। ଏହି ଜିଲାର ବନ୍ତ ବ୍ଲକ୍ ମହାନ୍ତିଆ ଗ୍ରାମନିବାସୀ ୰ କପିଳ ସେନାପତିଙ୍କ ସୁପୁତ୍ର ସେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ସ୍ଥାନୀୟ ପ୍ରାଇମେରୀ ସ୍କୁଲରେ ପାଠ ପଢିବା ସମୟରୁ ତାଙ୍କର ବହୁମୁଖୀ ପ୍ରତିଭା ନିଜ ଅଂଚଳରେ ମହମହ ହୋଇ ବାସୁଥିଲା। ଏକକ ଅଭିନୟ, ଚିତ୍ରାଙ୍କନ ଓ ମାଟି କଣ୍ଡେଇ ଗଢିବା ଠାରୁ ଆରମ୍ଭ ହୋଇଥିଲା ତାଙ୍କର କଳାକାର ଜୀବନ। ତାହାରି ଭିତରେ ସେ ଠିକାରେ ଇଡିଡିଓ ଚାକିରୀ କରି ପରେ ଗ୍ରାମାଳ ପୋଷ୍ଟ ଅଫିସ୍ରେ ବିପିଏମ୍ ଭାବରେ କାର୍ଯ୍ୟ କରିବା ଭିତରେ କଳାକୁ ନିଶାରେ ପରିଣତ କରିସାରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପହô ସେ ଏକାଧାରରେ ଓ୍ବାଲିଂ, ପୋଷ୍ଟର, ସାଇନ୍ ବୋର୍ଡ, ବ୍ୟାନର, ଫାଇନ୍ ଆର୍ଟ, ତୈଳଚିତ୍ର, ସିନ୍, ଡ୍ରଇଂ ଆର୍ଟ ପେିଂ, ମୃଣ୍ମୟ ମୂର୍ି ଭଳି ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ। କେବଳ ଏତିକି ନୁହେଁ ଅଭିନୟ, ପାଲା ଗାୟକ, କବିତା ଓ ନାଟକ ଲେଖôବା ସହିତ ନାଟ୍ୟ ନିଦ୍ର୍ଧେଶନା, ମଂଚ ସଜ୍ଜା ଓ ମେକ୍ଅପ୍ ଭଳି ବିଭିନ୍ନ ସାଧନା ଜାରି ରଖôଥିଲେ ସେ। ପିଲାମାନଙ୍କୁ ଡ୍ରଇଂ ଓ ପେିଂ ଶିକ୍ଷାଦାନ କରିବା ସହ ଚିତ୍ର ପ୍ରଦର୍ଶନୀ କରି ବେଶ୍ ସୁନାମ ଅର୍ଜନ କରିଥିଲେ। ଆର୍ଥିକ ଅନାଟନ ମଧ୍ଯରେ ନିଷ୍ପେସିତ ହୋଇ ସେ ପରଲୋକ ଓ ପରିବାର ପାଇଁ ଅେଯାଗ୍ୟ ଓ ଅଦରକାରୀ ଅପାତ୍ରରେ ବିବେଚିତ ହୋଇଥିଲେ ବି ତାଙ୍କର କଳାକାର ନିଶା ଏ ବୃଦ୍ଧ ବୟସରେ ବି ତାଙ୍କୁ ଛାଡିଯାଇନାହó। ବାଦ୍ର୍ଧକ୍ୟର ଛାପ ଏବେ ତାଙ୍କ ନଶ୍ବର ଶରୀରକୁ ଗ୍ରାସ କରିବାକୁ ଯାଉଥିଲେ ବି ଥରଥର ହାତରେ ସେ ପେନ୍ସିଲ୍ଟିଏ ଧରି େଯଉଁ ଆର୍ଟ କରିଚାଲିଛନ୍ତି, ତାହା ତାଙ୍କର କଳାକାର ଜୀବନର ମହନୀୟତାକୁ ପ୍ରମାଣିତ କରିଛି। ବୟସାଧିକ କାରଣରୁ ଅସୁସ୍ଥ ଥାଇ ଅଭାବବୋଧର ସଂସାର ଭିତରେ ସେ ଏବେ ପେଶି ହୋଇଯାଉଛନ୍ତି। ଘରର ଅବସ୍ଥା ଶୋଚନୀୟ। ଝାଟିମାଟି ଚାଳଘରେ ନିଜର ଦରିଦ୍ର ପରିବାର ନେଇ ସେ ଗଣ୍ଡେ ଖାଇ ଢୋକେ ପିଇ ବଂଚିଛନ୍ତି। ପିଲାମାନେ ଶିକ୍ଷିତ ବେକାର। ଦିନ ଥିଲା କଟକର ଜନତା ଥିଏଟର୍ସ, ଅର୍ଣ୍ଣପୂର୍ଣ୍ଣା ବି ଗ୍ରୁପ୍ରେ ସେ ଅଭିନେତା, ମଂଚମାୟା ଓ ମେକ୍ଅପ ୍କରି ନିଜର ଖୁସିର ସମୟ କଟାଇଥିଲେ। ସେହି ସମୟକୁ ଛାଡିଦେଲେ ଏପର୍ଯ୍ୟନ୍ତ ସେ କେବଳ କଳାପାଇଁ ସଂଗ୍ରାମ କରିଚାଲିଛନ୍ତି। ତାଙ୍କ କଳାର ମହକ କେହି ବୁଝନ୍ତୁ କି ନବୁଝନ୍ତୁ, ସେ ଉରପିଢି ପାଇଁ ବାିବା ଭିତରେ ଶେଷ ଦୁସ୍ଥ ଜୀବନକୁ ଗାଁର ଝାଟିମାଟି ଘରେ କଟାଉଛନ୍ତି। ରାଜ୍ୟସ୍ତରୀୟ କଳାକାର ଭା ତାଙ୍କ ସଂସାର ପାଇଁ ସମୁଦ୍ରକୁ ଶେଙ୍ଖ ହୋଇଥିବାବେଳେ କେନ୍ଦ୍ର କଳାକାର ଭା ପାଇବା ଆଶାରେ ସେ ବର୍ଷ ବର୍ଷ ଧରି େଯାଗ୍ୟ ହୋଇବି ଅପେକ୍ଷା କରିଛନ୍ତି। ଯାହା ତାଙ୍କ ଶେଷ ସମୟର ଗଭୀର ଅବଶୋଷ ବୋଲି ଥରଥର କଣ୍ଠରେ ଏହି ପ୍ରତିନିଧିଙ୍କୁ କହିଛନ୍ତି। kalakar narayan
ସମର୍ପିତ କଳାକାର ନାରାୟଣ : ଅଭାବବୋଧର ସଂସାର ଭିତରେ କିଛି ମାନପତ୍ର ଏବେ ଅଦରକାରୀ
ଭଦ୍ରକ, ୨୩ ନଭେମ୍ବର (ହି.ସ.) – ଏହି ସମାଜରେ ଜଣେ କଳାକାର ସମୟଚକ୍ରରେ ପ୍ରାଚୁର୍ଯ୍ୟର ପାହାଡ ଚଢିପାରେ। ପୁଣି ଭାଗ୍ୟଦୋଷରୁ ଅସହ୍ୟ ଯନ୍ରଣା ଭିତରେ ନିଜର କଳାକୁ ଛାଡିନପାରିଲେ ବି ଅଭାବବୋଧ ଭିତରେ ସନ୍ତୁଳିତ ହେଉଥାଏ। ଏମିତି ଏକ ସମର୍ପିତ କଳାକାର ହେଉଛନ୍ତି ୭୫ ବର୍ଷର ବୃଦ୍ଧ ଚିତ୍ରଶିଳ୍ପୀ ନାରାୟଣ ଚନ୍ଦ୍ର ସେନାପତି। ଦୀର୍ଘ କଳାକାର ଜୀବନ ଭିତରେ ସେ େଯଉଁ ସଂଘର୍ଷର ପଥ ଅତିକ୍ରମ କରି କେତେେଯ ଦୁଃଖଦ ଅଧ୍ଯାୟକୁ ପଛରେ ଛାଡି ଆସିଛନ୍ତି, ତାହା ତାଙ୍କ ନିଜ ମୁହଁରୁ ଶୁଣିବାକୁ ମିଳେ। ଏହି ଜିଲାର ବନ୍ତ ବ୍ଲକ୍ ମହାନ୍ତିଆ ଗ୍ରାମନିବାସୀ ୰ କପିଳ ସେନାପତିଙ୍କ ସୁପୁତ୍ର ସେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ସ୍ଥାନୀୟ ପ୍ରାଇମେରୀ ସ୍କୁଲରେ ପାଠ ପଢିବା ସମୟରୁ ତାଙ୍କର ବହୁମୁଖୀ ପ୍ରତିଭା ନିଜ ଅଂଚଳରେ ମହମହ ହୋଇ ବାସୁଥିଲା। ଏକକ ଅଭିନୟ, ଚିତ୍ରାଙ୍କନ ଓ ମାଟି କଣ୍ଡେଇ ଗଢିବା ଠାରୁ ଆରମ୍ଭ ହୋଇଥିଲା ତାଙ୍କର କଳାକାର ଜୀବନ। ତାହାରି ଭିତରେ ସେ ଠିକାରେ ଇଡିଡିଓ ଚାକିରୀ କରି ପରେ ଗ୍ରାମାଳ ପୋଷ୍ଟ ଅଫିସ୍ରେ ବିପିଏମ୍ ଭାବରେ କାର୍ଯ୍ୟ କରିବା ଭିତରେ କଳାକୁ ନିଶାରେ ପରିଣତ କରିସାରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପହô ସେ ଏକାଧାରରେ ଓ୍ବାଲିଂ, ପୋଷ୍ଟର, ସାଇନ୍ ବୋର୍ଡ, ବ୍ୟାନର, ଫାଇନ୍ ଆର୍ଟ, ତୈଳଚିତ୍ର, ସିନ୍, ଡ୍ରଇଂ ଆର୍ଟ ପେିଂ, ମୃଣ୍ମୟ ମୂର୍ି ଭଳି ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ। କେବଳ ଏତିକି ନୁହେଁ ଅଭିନୟ, ପାଲା ଗାୟକ, କବିତା ଓ ନାଟକ ଲେଖôବା ସହିତ ନାଟ୍ୟ ନିଦ୍ର୍ଧେଶନା, ମଂଚ ସଜ୍ଜା ଓ ମେକ୍ଅପ୍ ଭଳି ବିଭିନ୍ନ ସାଧନା ଜାରି ରଖôଥିଲେ ସେ। ପିଲାମାନଙ୍କୁ ଡ୍ରଇଂ ଓ ପେିଂ ଶିକ୍ଷାଦାନ କରିବା ସହ ଚିତ୍ର ପ୍ରଦର୍ଶନୀ କରି ବେଶ୍ ସୁନାମ ଅର୍ଜନ କରିଥିଲେ। ଆର୍ଥିକ ଅନାଟନ ମଧ୍ଯରେ ନିଷ୍ପେସିତ ହୋଇ ସେ ପରଲୋକ ଓ ପରିବାର ପାଇଁ ଅେଯାଗ୍ୟ ଓ ଅଦରକାରୀ ଅପାତ୍ରରେ ବିବେଚିତ ହୋଇଥିଲେ ବି ତାଙ୍କର କଳାକାର ନିଶା ଏ ବୃଦ୍ଧ ବୟସରେ ବି ତାଙ୍କୁ ଛାଡିଯାଇନାହó। ବାଦ୍ର୍ଧକ୍ୟର ଛାପ ଏବେ ତାଙ୍କ ନଶ୍ବର ଶରୀରକୁ ଗ୍ରାସ କରିବାକୁ ଯାଉଥିଲେ ବି ଥରଥର ହାତରେ ସେ ପେନ୍ସିଲ୍ଟିଏ ଧରି େଯଉଁ ଆର୍ଟ କରିଚାଲିଛନ୍ତି, ତାହା ତାଙ୍କର କଳାକାର ଜୀବନର ମହନୀୟତାକୁ ପ୍ରମାଣିତ କରିଛି। ବୟସାଧିକ କାରଣରୁ ଅସୁସ୍ଥ ଥାଇ ଅଭାବବୋଧର ସଂସାର ଭିତରେ ସେ ଏବେ ପେଶି ହୋଇଯାଉଛନ୍ତି। ଘରର ଅବସ୍ଥା ଶୋଚନୀୟ। ଝାଟିମାଟି ଚାଳଘରେ ନିଜର ଦରିଦ୍ର ପରିବାର ନେଇ ସେ ଗଣ୍ଡେ ଖାଇ ଢୋକେ ପିଇ ବଂଚିଛନ୍ତି। ପିଲାମାନେ ଶିକ୍ଷିତ ବେକାର। ଦିନ ଥିଲା କଟକର ଜନତା ଥିଏଟର୍ସ, ଅର୍ଣ୍ଣପୂର୍ଣ୍ଣା ବି ଗ୍ରୁପ୍ରେ ସେ ଅଭିନେତା, ମଂଚମାୟା ଓ ମେକ୍ଅପ ୍କରି ନିଜର ଖୁସିର ସମୟ କଟାଇଥିଲେ। ସେହି ସମୟକୁ ଛାଡିଦେଲେ ଏପର୍ଯ୍ୟନ୍ତ ସେ କେବଳ କଳାପାଇଁ ସଂଗ୍ରାମ କରିଚାଲିଛନ୍ତି। ତାଙ୍କ କଳାର ମହକ କେହି ବୁଝନ୍ତୁ କି ନବୁଝନ୍ତୁ, ସେ ଉରପିଢି ପାଇଁ ବାିବା ଭିତରେ ଶେଷ ଦୁସ୍ଥ ଜୀବନକୁ ଗାଁର ଝାଟିମାଟି ଘରେ କଟାଉଛନ୍ତି। ରାଜ୍ୟସ୍ତରୀୟ କଳାକାର ଭା ତାଙ୍କ ସଂସାର ପାଇଁ ସମୁଦ୍ରକୁ ଶେଙ୍ଖ ହୋଇଥିବାବେଳେ କେନ୍ଦ୍ର କଳାକାର ଭା ପାଇବା ଆଶାରେ ସେ ବର୍ଷ ବର୍ଷ ଧରି େଯାଗ୍ୟ ହୋଇବି ଅପେକ୍ଷା କରିଛନ୍ତି। ଯାହା ତାଙ୍କ ଶେଷ ସମୟର ଗଭୀର ଅବଶୋଷ ବୋଲି ଥରଥର କଣ୍ଠରେ ଏହି ପ୍ରତିନିଧିଙ୍କୁ କହିଛନ୍ତି।
Related Stories
November 27, 2024