ସାନଖେମୁଣ୍ଡି: ପରିବେଶ ସୁରକ୍ଷାକୁ ନେଇ କାର୍ଯ୍ୟକରୁଥିବା ସାମାଜିକ ସଂଗଠନ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ସୌଜନ୍ୟରୁ ଆଜି ପଞ୍ଚାୟତରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ବିଶାଳ ସଚେତନତା ରାଲିରେ ଆୟୋଜନ ହୋଇଅଛି। ସଂଗଠନ ପ୍ରତିଷ୍ଠାତା ଶ୍ରୀ ସୁଧୀର ରାଉତଙ୍କ ତତ୍ୱାବଧାନରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାହାସପୁର ଇକୋ କ୍ଲବ ସ୍ତାନୀୟ ବୁଦ୍ଧିଜୀବୀ ଜନସାଧାରଣଙ୍କ ବହୁଳ ଅଂଶଗ୍ରହଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ତରଫରୁ ସାହାସପୁର ଲଣ୍ଡା ପାହାଡ଼ଠାରେ ୨୦ ହଜାର ବିହନ ପିଣ୍ଡୁଳା ପକାଯାଇ ସବୁଜବନାନୀ ସୃଷ୍ଟିରେ ମୂଳଦୁଆ ପକାଯାଇଛି। ସାହାସପୁର ସ୍ଥିତ ପଞ୍ଚାୟତ ଉଛବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣ ଦ୍ୱାରା ବିଶାଳ ସଚେତନତା ରାଲିରେ ଆୟୋଜନ କରାଯାଇ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କୁ ମଣିଷ ସମାଜ ପାଇଁ ଥିବା ତିନୋଟି ମହାମନ୍ତ୍ର ଭାବେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରର ଅପକାରିତା, ଅପରିମାଣ କର୍ମୀ ବ୍ୟବହାରକୁ ବର୍ଜନ କରିବା, ଆଗାମୀ ବଂଶଧରଙ୍କ ପରିବେଶ ସୁରକ୍ଷାରେ ପ୍ରାଥମିକତା ଦେଇ ପ୍ରଯ୍ୟାପ୍ତ ବୃକ୍ଷରୋପଣ କରିବା ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ହାଇସ୍କୁଲ ପରିସରରେ ଉପସ୍ଥିତ ଅତିଥି ତଥା ସଂଗଠନ କର୍ମକର୍ତାଙ୍କ ଦ୍ୱାରା ବହୁଳ ପରିମାଣରେ ବୃକ୍ଷରୋପଣ କରି ଅନୁଷ୍ଠାନକୁ ଉଦାରହଣ ଭାବେ ଗ୍ରହଣ କରିବାକୁ ଶିକ୍ଷାର୍ଥୀଙ୍କୁ ଅନୁପ୍ରାଣିତ କରାଯାଇଥିଲା। ଅନୁଷ୍ଠିତ ସଚେତନତା ରାଲି ମାଧ୍ୟମରେ ଅନୁଷ୍ଠାନ ଶିକ୍ଷାର୍ଥୀଙ୍କ ଦ୍ୱାରା ବିଭିନ୍ନ ସଚେତନତା ସହ ସ୍ଲୋଗାନ ମାଧ୍ୟମରେ ସାଧାରଣରେ ସଚେତନତା ସୃଷ୍ଟି ସମ୍ୱନ୍ଧୀୟ ବାର୍ତ୍ତା ପ୍ରଚାର କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନସୁରକ୍ଷା ସମିତିର S.ତ୍ରିନାଥ ଦୋରା, କାଳୁଚରଣ ରାଉତ, ପ୍ରଧାନ ଶିକ୍ଷକ ଶ୍ରୀ ସୀମାଞ୍ଚଳ ସ୍ବାଇଁଙ୍କ ସହ ଶିକ୍ଷକ ଓ କର୍ମଚାରୀ ଅଂଶଗ୍ରହଣ କରିଥିବା ବେଳେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ‘ସ୍ମାଇଲ’ର ସମାଜସେବୀ ସୁଜାତା ପଟ୍ଟନାୟକ ସକ୍ରିୟ କାର୍ଯ୍ୟକର୍ତା ସ୍ୱରାଜ୍ୟ ସୁବୁଦ୍ଧି, ରଞ୍ଜନ ମିଶ୍ର, ସବିତା ଶଙ୍କର, ଭିମରାଜୁ ପାତ୍ର, ଆଦିତ୍ୟ ଦାସଙ୍କ ସହିତ ସାହାସପୁର ସରପଞ୍ଚ ଶ୍ରୀମତି ପୁଷ୍ପାଞ୍ଜଳି ରାଉତ କାର୍ଯ୍ୟକ୍ରମର ଅଂଶଗ୍ରହଣ ସହ ପରିଚାଳନା କରିଥିଲେ।
Related Stories
November 21, 2024
November 21, 2024