
କନ୍ଧମାଳ, କରୋନେସନ ପଡିଆ ସ୍ଥିତ ଆଥଲେଟିକ ହଲ ଠାରେ ଆଜି ଫୁଲବାଣୀ ମାର୍ଶାଲ ଆର୍ଟ ଏକାଡେମୀ ଦ୍ଵାରା ୧୭ତମ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ୪୦ ଜଣ ଉଭୟ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୦ ଜଣ ହଳଦିଆ କଲର, ୨୦ ଜଣ ନୀଳ କଲର, ୬ ଜଣ ବ୍ଲୁ କଲର, ୫ ଜଣ ନାଲି କଲର ବେଲ୍ଟ ପାଇଁ ପରୀକ୍ଷା ଦେଇଥିଲେ। ଓଡିଶା ତାଏକୋଣ୍ଡୋ ସଂଘର ବିଶ୍ଵନାଥ ନାୟକ ୪ ଡାନ ବ୍ଲାକ ବେଲ୍ଟ ପିଲାମାନଙ୍କର ପରକ୍ଷା କରାଇଥିଲେ। ପରୀକ୍ଷାରେ ବାଳିକାମାନେ ବିଭିନ୍ନ ପ୍ରକାର ଆତ୍ମରକ୍ଷା କଳା ଦେଖେଇବା ସହ ହାତ ଓ ଗୋଡ଼ରେ ଇଟା ଓ ପଟା ଭାଙ୍ଗିବା କଳା ପ୍ରଦର୍ଶନ କରିଥିଲେ।
ଏକାଡେମୀର ପ୍ରଶିକ୍ଷକ ରମାକାନ୍ତ ବେହେରା ଓ ପ୍ରିତମ ଚନ୍ଦ୍ର ପ୍ରଧାନ ପରୀକ୍ଷା ପରିଚାଳନା କରିବାରେ ସହଯୋଗ କରିଥିଲେ। ଜିଲ୍ଲା ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପିଲାମଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ।