
ଭୂବନ- ମଧୁ ବାବୁ ଙ୍କ ନୀତି ଆଦର୍ଶ ଓ ବି•ରଧାରାକୁ ନେଇ ନୂତନ ଭାବେ ଆତ୍ମପ୍ରକାଶ କରିଥିବା ଓଡିଶା ଜାଗୃତି ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏକ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରି ଜାଗୃତି ବିନ୍ଦୁ,ଜାଗୃତି ଅଭିଯାନ ଓ ଜାଗୃତି ବାର୍ତା ରୂପେ ୩ ଟି କାର୍ଯ୍ୟକ୍ରମ ନିମନ୍ତେ ସଂଯୋଜକ ମନୋନୀତ କରାଯାଇଛି । ଓଜେଡି ର ରାଜ୍ୟ ସାଧାରଣ ସଂପାଦକ ବିଚିତ୍ରାନନ୍ଦ ମୁଦୁଲି ଙ୍କୁ ଜାଗୃତି ଅଭିଯାନର ସଂଯୋଜକ ଭାବେ ମନୋନୀତ କରାଯାଇ ମଧୁବାବୁଙ୍କ ଆଦର୍ଶ ଓ ବିଚାର କୁ ନେଇ ପ୍ରତି ଗ୍ରାମ ଠାରୁ ସହର ଏବଂ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯିବା ସହିତ ଉକôଳ ଗୌରବ ମଧୁସୁଦନ ଦାସ ଙ୍କୁ ଭାରତ ରନô ପ୍ରଦାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ । ଜାଗୃତି ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ଭାବେ ଓଜେଡି ରାଜ୍ୟ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇ ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ବିଭିନ୍ନ ଶିବିର ଆୟୋଜନ ଦାୟିତ୍ୱ ଦିଆଯାଇଛି । ଓଜେଡି ରାଜ୍ୟ ଛାତ୍ର ସଭାପତି ସୋମନାଥ ରାଉତ ଙ୍କୁ ଜାଗୃତି ବାର୍ତା ର ସଂଯୋଜକ ଭାବେ ମନୋନୀତ କରାଯାଇ ଗାଁ ରୁ ସହର ଓ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଦଳର ନୀତି,ଆଦର୍ଶ,ଆଭିମୁଖ୍ୟ ସହିତ ନିଶା ନିବାରଣ ପାଇଁ ପାଲା,ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସଭାପତି ଭଜମନ ବିଶ୍ୱାଳ ଅନୁମୋଦନ କରିଥିବା ସଂପର୍କରେ ରାଜ୍ୟ ସଂପାଦକ ମାନସ ମିଶ୍ର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।