ମାଲକାନଗିରି – ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ବେଆଇନ ଭାବେ ·ଷ କରାଯାଇଥିବା ଗଞ୍ଜେଇ ଫସଲକୁ ଶନିବାର ମାଥିଲି ପୋଲିସ, ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ନଷ୍ଟ କରିଛନ୍ତି ।
ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମାଓ ପ୍ରବଣ ଅଂଚଳ ଭାବେ ବେଶ ପରିଚିତ ବାହାଦୂର ଗୁଡା, ତାଳଗୁଡା, ନୂନଖରି ଓ କାନ୍ଦଗୁଡା ଗ୍ରାମରେ ଅବକାରୀ ଓ ପୋଲିସ ବିଭାଗ କର୍ମ·ରୀ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୭୨ ଏକର ଜଙ୍ଗଲ ଜମିରେ ·ଷ କରାଯାଇଥିବା ବେଆଇନ ୧ଲକ୍ଷ ୧୫ ହଜାର ୨୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨କୋଟି ଟଙ୍କା ହେବ ବୋଲି ଜଣାପଡିଛି । ବିଶେଷ କରି ବର୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଅସିଥିବାରୁ ଆଗାମୀ ଦିନରେ ମଧ୍ୟ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଧଶରେ ମାଲକାନଗିରି ଅବକାରୀ ଅଧିକ୍ଷକ ଅଶୋକ ଶେଠଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଏପରି ଚଢାଉ କରାଯିବ । ଏହାସହ ଗଞ୍ଜେଇ ଚୋରା ·ଲାଣକୁ ରୋକିବା ପାଇଁ ମଧ୍ୟ ମାଲକାନଗିରି ଅବକାରି ବିଭାଗ ଓ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଜିଲ୍ଲାର ସମସ୍ତ ଥାନା ଅଂଚଳରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି ।