ଭୁବନେଶ୍ୱର -ରାଜ୍ୟର ପ୍ରମୁଖ ଶିକ୍ଷାନୁÂାନ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବ କୁ ମୁଖ୍ୟମନ୍ତ୍ରୀ ଶୀ୍ର ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ୬ଟି ସେଂଟର ଅଫ୍ ଏକ୍ସିଲେନ୍ସ ପ୍ରତିÂା କରିବାପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । ଚଳିତ ଶିକ୍ଷା ବର୍ଷରେ ଏହି ବିଶ୍ୱ ବିଦ୍ୟାଳୟ ୪୦ କୋଟି ଟଙ୍କା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ଏହାର ଭିତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଅର୍ଥ ମଂଜୁର କରାଯାଇଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ସ୍ତରରେ ପ୍ରାଥମିକତା ଦିଆଯାଇଛି । ଯୁବକ ମାନେ ହେଲେ ଦେଶର ସମ୍ଭାବନା । ଓଡିଆ ପିଲାମାନେ ସେମାନଙ୍କ ଶିକ୍ଷା , ଜ୍ଞାନ , ସୃଜନଶୀଳତା,ନବୋନ୍ମେଶ , ଦକ୍ଷତା ଓ ସାହସିକତା ବଳରେ ବିଶ୍ୱର ବିଭିନ୍ନ କୋଣରେ ବିଭିନ୍ନ କ୍ଷେତ୍ରରେ ପ୍ରତିÂା ଲାଭ କରିପାରିବେ । ବର୍ତମାନ ବିଶ୍ୱରେ ଓଡିଶା ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିଛି । ଏହି ଅଭିଯାନରେ ସାମିଲ ହୋଇ ସଫଳତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।
ଉକ୍ରଳ ବିଶ୍ୱ ବିଦ୍ୟାଳୟପ୍ରତିÂା ପାଇଁ ବିଶେଷ ଅବଦାନ ରହିଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି , ପଣ୍ଡିତ ନିଳକଣ୍ଠ ଦାସ , ପଣ୍ଡିତ ଗୋଦାବରିଶ ମିଶ୍ର ଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଥିଲେ । ଓଡିଶାରେ ବୁଦ୍ଧିଜୀବୀ ସୃଷ୍ଟି କରିବାପାଇଁ ଏମାନେ ଏହି ବିଶ୍ୱ ବିଦ୍ୟାଳୟ ପ୍ରତିÂା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର .ବରପୁତ୍ର ମାନଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଅତୀତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉକ୍ରଳ ବିଶ୍ୱାବିଦ୍ୟାଳୟ ଏହାର ଉକ୍ରର୍ଷତା ପ୍ର୍ରଦର୍ଶନ କରିପାରିଥିଲା ଏବଂ ରାଜ୍ୟରେ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିପାରିଥିଲା ।
ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପସ୍ ମଧ୍ୟରେ ସେଂଟା୍ରଲ ଇନଷ୍ଟ୍ରୁମେେଂଟସନ୍ ସେଂଟର ଓ ଡିଜିଟାଲ ଲାଇବ୍ରେରୀର ଉଦଘାଟନ କରିବା ବେଳେ ପାଚେରୀ ପ୍ରକଳ୍ପର ଭିତି ପସ୍ତର ସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ , ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାକଚୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରେଜିଷ୍ଟ୍ରାର ଦୟାନିଧି ନାୟକ , ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ ଓ ପିଜି କାଉନସିଲ ଚେୟାରମ୍ୟାନ୍ ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।