କେନ୍ଦ୍ରାପଡ଼ା – ପ୍ରଦ୍ୟୂଷଣ ବିଭାଗ ଅନୁମତି ବିନା ଜନୈକ ଠିକାଦାର ପଟ୍ଟାମୁଣ୍ଡାସ୍ଥିତ ବ୍ରାହ୍ମଣୀ ନଦୀପଠାରୁ ବେଆଇନ୍ ବାଲି ଉଠାଣ ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବାଲିର ମୂଲ୍ୟ ବାବଦକୁ ୧ କୋଟି ୧୦ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରିବାକୁ (ରିକଭରୀ) ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତତ୍କାଳୀନ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚୀବଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।
ପଟ୍ଟାମୁଣ୍ଡାଇ ବ୍ଲକ ଭିତରଦେଇ ପ୍ରବାହିତ ବ୍ରାହ୍ମଣୀନଦୀ ଶର୍ଯ୍ୟାରୁ ବିନା ପ୍ରଦ୍ୟୁଷଣ ଅନୁମତିରେ ବେଆଇନ୍ ଭାବେ ଶହ ଶହ ଟ୍ରକ ବାଲି ଉଠାଣ ହେଉଥିଲା । ଜିଲ୍ଲା ପ୍ରଶାସନ ଏ ବାବଦକୁ ରୟାଲିଟି ଆଦାୟ କରୁଥିଲେ । ସମାଜସେବୀ ମନୋରଂଜନ ପ୍ରଧାନ ଓ ମିଟୁ ଦାସ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ରେ ଅଭିଯୋଗ କରିଥିଲେ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏହି ଅଭିଯୋଗର ଶୁଣାଣୀ କରି ବେଆଇନ୍ ଭାବେ ଉଠାଯାଇଥିବା ବାଲିର ମୂଲ୍ୟ ବାବଦକୁ ୧ କୋଟି ୧୦ ଲକ୍ଷ ୫୦ ହଜାର ଟଙ୍କା ରିକଭରି କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତତ୍କାଳୀନ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି ।
Related Stories
November 24, 2024
November 24, 2024