
ଭୁୁବନେଶ୍ୱର,ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ପକ୍ଷରୁ ବେଙ୍ଗଲୁରରେ ନଭେମ୍ୱର ୧୦ରୁ ୧୩ତାରିଖ ପର୍ଯ୍ଯନ୍ତ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀକୁ ଓଡିଶାର ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ତରଫରୁ ୩୪ଜଣ ସଦସ୍ଯ ମାର୍ଗଦର୍ଶକ ଡ: ନାରାୟଣ ମହାନ୍ତିଙ୍କ ନେତୃତ୍ବରେ ଯୋଗ ଦେଇଛନ୍ତି। ଉଚ୍ଚଶିକ୍ଷା ସମ୍ବର୍ଗ ମୁଖ୍ଯ ଡ: ପବିତ୍ର କୁମାର ରଥ, ମାଧ୍ଯମିକ ସମ୍ବର୍ଗରୁ ପ୍ରାନ୍ତ ଅଧ୍ଯକ୍ଷ ନିଲୁରାମ ଜେନା, ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପାଢୀ, ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ, ଅନାଦି ଶ୍ରୀଚନ୍ଦନ ଏବଂ ପ୍ରମୁଖ କାର୍ଯ୍ଯକର୍ତ୍ତା ସୁଧାକର ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ,ରାଜ୍ଯ ମିଡିଆ ପ୍ରମୁଖ ଅଞ୍ଜନ କୁମାର ଜେନା,ଦୀନବନ୍ଧୁ ସ୍ବାଇଁ ପ୍ରମୁଖ ଯୋଗ ଦେଇଛନ୍ତି । ସମ୍ମିଳନୀରେ ସମଗ୍ର ଦେଶର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତ୍ତନର ସର୍ବବିଧ ଉନ୍ନତି ସମ୍ପର୍କରେ ଆଲୋଚନା ହେବା ସହିତ ୨ ଜଣ ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ସମ୍ମାନିତ କରାଯିବ। ନୂତନ ଶିକ୍ଷାନୀତିକୁ କାର୍ଯ୍ଯକାରୀ କରାଇବାପାଇଁ କାର୍ଯ୍ଯ ପନ୍ଥା ଗ୍ରହଣ କରାଯିବା ସହିତ ଆଗାମୀ କାର୍ଯ୍ଯକ୍ରମଗୁଡିକ ବିଷୟରେ ବିସ୍ତୃତ ଆଲୋଚନା ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO