
ଝାରସୁଗୁଡ଼ା -ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଗାନ୍ଧିଛକ ରାସ୍ତାରେ ଥିବା ତପନ ସ୍ବାଇଁଙ୍କ ଘର ସମ୍ମୁଖରୁ କେହି ଦୁର୍ବୁତ୍ତ ତାଙ୍କ ଧଳା ବୋଲେରୋ ଚୋରି କରିଥିବା ସେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ସୁତ୍ରରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘର ଆଗରେ ଗାଡି ନମ୍ବର (ଓଆର-୨୩ଇ-୨୯୬୯) ତାଙ୍କ ଘର ସମ୍ମୁଖରେ ରଖି ସୋଇପଡ଼ିଥିଲେ ସକାଳ ୭ ସମୟରେ ତାଙ୍କ ପିଲାଙ୍କୁ ସ୍କୁଲ ନେବା ସମୟରେ ଗାଡି ନଥିବା ଦେଖିବାକୁ ପାଇଥିଲେ।କେହି ଗାଡିକୁ ଚୋରୀ କରି ନେଇଥିବା ଜାଣିବାପରେ ଗାନ୍ଧିଛକ ଫାଣ୍ଡି ରେ ଲିକିତ ଅଭିଯୋଗ କରିଛନ୍ତି।ଗାଡିଟି ତାଙ୍କ ପତ୍ନୀ ଲଷ୍ମୀପ୍ରିୟାଙ୍କ ନାମରେ ଥିଲା।ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନାଯୋଗ୍ୟ ଗତ ୩ ଦିନ ତଳେ ନୂଆଡ଼ିହି ଅଞ୍ଚଳରୁ ଏକ ନୂଆ ବୋଲେରୋ ପିକଅପର ଷ୍ଟେପନି ସହ ଚାରୋଟି ଯାକ ଚକ କୁ ଚୋରମାନେ ଚୋରିକରି ନେଇଯାଇଛନ୍ତି।ଉକ୍ତ ଗାଡିକୁ ମଧ୍ୟ ମାଲିକ ଘର ସମ୍ମୁଖରେ ରଖିଥିଲେ।ଉକ୍ତ ଘଟଣାରେ ପୋଲିସ କାହାକୁ ଗିରଫ କରି ନ ଥିବାବେଳେ ଏହି ଘଟଣା ପୋଲିସର ନିଦ ହାଯାଇଦେଇଛି।