ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ପୋଲିସ ଷ୍ଟେସନ ଅଧୀନରେ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରୁ ସଶସ୍ତ୍ର ସିପିଆଇ ମାଓବାଦୀ ଗୋଷ୍ଠୀର ଗତିବିଧି ବିଷୟରେ ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଗତ ୩ ତାରିଖରେ ସିପିଆଇ (ମାଓବାଦୀ)ଙ୍କୁ ଧରିବା ପାଇଁ ଡିଭିଏଫ ସମେତ ଏସଓଜି ଦଳଗୁଡିକୁ ନିୟୋଜିତ କରି ଏକ ଆଣ୍ଟି ମାଓବାଦୀ ଅପରେସନ୍ ଆରମ୍ଭ କରାଯାଇଥିଲା। ଗାଁ କାଲେସୁର ନିକଟରେ ଅପରେସନ୍ ଚାଲିଥିବା ସମୟରେ ଘନ ବୁଦା ଏବଂ କଠିନ ଅଞ୍ଚଳର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ, ଦୁଇ ଗୋଟି କମ୍ବଳ, ଗୋଟେ କୁରା, ଗୋଟେ ଜ୍ୟାମିତି ବାକ୍ସ, କାନ ରିଙ୍ଗ ଏକ ଯୋଡି, ଟ୍ରାନଜିଷ୍ଟର, ଅଲିଭ୍ ଗ୍ରୀନ୍ ସାର୍ଟ, ୫ ମିଟର ବିଦ୍ୟୁତ ତାର, ସିଭିଲ୍ ପୋଷାକ ଗୋଟେ ଯୋଡି, ଆଖି ଡ୍ରପ୍ (ମେଡିସିନ୍) ୭ ଗୋଟି, ଗୋଟିଏ ଟ୍ରାନଜିଷ୍ଟର ଥଳି, ମାଓବାଦୀ ସାହିତ୍ୟ (ପାମ୍ପଲେଟ୍), ୩ଟି ମାଓବାଦୀ ପୁସ୍ତକ, ଗୋଟିଏ ପ୍ଲାଷ୍ଟିକ୍ ଡ୍ରମ୍ ଉଦ୍ଧାର କରାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି।
Related Stories
May 2, 2024