-
ସୁପ୍ରିମକୋର୍ଟଙ୍କ ପାଂଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଂଚର ଆସିଲା ରାୟ
ନୂଆଦିଲ୍ଲୀ, ସୁପ୍ରିମକୋର୍ଟର ପାଂଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଂଚ ୩-୨ର ବହୁମତରେ ଇଡବଲୁଏସ ସଂରକ୍ଷଣକୁ ଆଇନ ସମ୍ମତ ବୋଲି ରାୟ ଦେଇଛନ୍ତି । ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ଜେବି ପାଦରିବାଲା ଏହି ସଂରକ୍ଷଣକୁ ଆଇନ ସମ୍ମତ ହୋଲି କହିଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଇଡବଲୁଏସ ସଂରକ୍ଷଣ ପ୍ରତି ଅସହମତି ବ୍ୟକ୍ତ କରିଥିଲେ ।